Saturday , June 10 2023
Breaking News
Home / ସ୍ୱାସ୍ଥ୍ୟ / ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ

ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ

ଗରଦପୁର,୧୩/୧୦/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଉନ୍ନିତ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆଜି ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ନୀରଂଜନ କର ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ସ୍ୱାସ୍ଥ୍ୟ ଅଧିକାରିଣୀ ଡ଼ ଅନୀତା ପଟ୍ଟନାୟକ , ବିଶିଷ୍ଟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ଜିଲା ଟିବି ମୁଖ୍ୟ ସଂଯୋଜକ ଡ଼ ପ୍ରଦୀପ କୁମାର ବେହେରା , ବିଡ଼ିଓ ଧର୍ମ ରଂଜନ ପଣ୍ଡା , ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ହିମାଂଶୁ ଭୂଷଣ ସଢ଼ଙ୍ଗି ପ୍ରମୁଖ ଯୋଗଦେଇ ୨୦୨୫ ମସିହା ସୁଦ୍ଧା ଟିବି ମୁକ୍ତ ଦେଶ କରିବା ସମ୍ପର୍କରେ ଆଲୋକପାତ କରିଥିଲେ । ଟିବି ରୋଗରୁ ନିଜକୁ ମୁକ୍ତ ରଖିବା ପାଇଁ ନିଜ ନିଜ ବକ୍ତବ୍ୟ ରେ ଜନ ସଚେତନତା ସୃଷ୍ଟି କରିଥିଲେ । ଟିବି ଚିହ୍ନଟ ରୋଗୀ ମାନଙ୍କୁ ରୋଗ ପ୍ରତିରୋଧକ ବଢ଼ାବିବା ପାଇଁ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ମହାରାଜ ନିଜ ପାଂଠି ରୁ ଖାଦ୍ୟ କିଟ୍ସ ବଂଟନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଚିହ୍ନଟ ଟିବି ରୋଗୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଜିଲାର ପ୍ରଥମ କାର୍ଯ୍ୟକ୍ରମ ଏବଂ ଟିବି ଚିହ୍ନଟ ରୋଗୀ ମାନଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇ ଦେବା ପାଇଁ ସମସ୍ତ ସାମାଜିକ ସଂସ୍ଥା ବା ବ୍ୟକ୍ତି ବିଶେଷ ଆଗେଇ ଆସିବାକୁ ବକ୍ତମାନେ ମତ ବ୍ୟକ୍ତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସ୍ୱେଛାକୃତ ଦାତା ଭାବରେ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ମହାରାଜ ଙ୍କୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ସରପଂଚ ଅନସୂୟା ବେହେରା,ତଳକୁସୁମା ସରପଂଚ ପ୍ରଭାତ ନଳିନୀ ଜେନା,ନଡ଼ିଆବରେଇ ସରପଂଚ ସନ୍ତୋଷ ମାହାଳୀ, ପାଖଡ଼ ସରପଂଚ ବନଲତା ସ୍ୱାଇଁ , ବନ୍ତଳା ସମିତି ସଭ୍ୟ ବ୍ରଜ କିଶୋର ସାହୁ ଓ ପଳସୁଧା ସମିତି ସଭ୍ୟ ନର୍ଭିସ ବେଗମ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.