ଜୁନାଗଡ଼, ୧୩ /୧୦/୨୦୨୨ (ଓଡ଼ିଶା ସମାଚାର/ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ବରିଷ୍ଠ ନାଗରିକ ସଂଘ ତରଫରୁ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମ କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ସଂଘ ସଭାପତି ଶ୍ରୀ ଈଶ୍ୱର ପୂଝରୀଙ୍କ ନେତୃତ୍ୱରେ ସମ୍ପାଦକ ଭୁବନେଶ୍ୱର ସାହୁ, କୋଷାଧ୍ୟକ୍ଷ ଦିଲୀପ ମେହେର, ଯୁଗ୍ମ ସମ୍ପାଦକ ଯୁଗଳ ନାଏକ ପ୍ରମୁଖ ଉପସ୍ଥିତ ରହି ଆଶ୍ରମକୁ ଯାଇ ରାସନ ସାମଗ୍ରୀ ପ୍ରଦାନ କରିଥିଲେ।
ବିଶ୍ୱ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଏହି ସାମଗ୍ରୀ ପ୍ରଦାନ କରିଥିବା ସଂଘ ସଭାପତି ଜଣାଇଥିଲେ।ଏହି କାର୍ୟ୍ୟକ୍ରମରେ ଧର୍ମଗଡ଼ ପୂର୍ବତନ ଏନଏସି ଅଧ୍ୟକ୍ଷା ଶୁ ଶ୍ରୀ ହରିବାଗ ଯୋଗଦାନ କରିଥିଲେ।ଉକ୍ତ କାର୍ୟ୍ୟକ୍ରମକୁ ଜନସାଧାରଣରେ ପ୍ରସଂଶା କରାଯାଇଛି । ଓଡ଼ିଶା ସମାଚାର