Monday , June 5 2023
Breaking News
Home / ବିଶେଷ / ଜଗତପୁର ପଟାମୁଣ୍ଡାଇ କେନାଲ ରେ ବୁଡି ତିନି ଯୁବ ବନ୍ଧୁ ଙ୍କ ଶୋଚନୀୟ ମୃତ୍ୟୁ  : ଶୋକର ଛାୟା

ଜଗତପୁର ପଟାମୁଣ୍ଡାଇ କେନାଲ ରେ ବୁଡି ତିନି ଯୁବ ବନ୍ଧୁ ଙ୍କ ଶୋଚନୀୟ ମୃତ୍ୟୁ  : ଶୋକର ଛାୟା

ଜଗତପୁର ,୧୩/୧୦/୨୦୨୨(ଓଡିଶା ସମାଚାର / ଅଭୟ ଜେନା ) – ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ ବନ୍ଧୁ ଙ୍କ ଜୀବନ ଚାଲିଯାଇଛି।କଟକ ଚୌଦ୍ୱାର ରେ ହେଉଥିବା ରୂପ ଯାତ୍ରା ଦେଖିବାକୁ ଯାଇ ଫେରିବା ସମୟ ରେ ଏପରି ଅଘଟଣ ଘଟିଥିବା  ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳାଇ ଦେଇଥିବା ବେଳେ,  ଏକ ନିଛାଟିଆ ସ୍ଥାନରେ ୫ ଜଣ ବନ୍ଧୁ ଏକାଠି ହେବା ଏବଂ ସେମାନଙ୍କ ମଧ୍ୟରୁ ପାଣିରେ ବୁଡି ୩ ଜଣ ଙ୍କ ଜୀବନ ଯିବା ଘଟଣା ଅନେକ ଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ସେପଟେ ମୃତ ଦେହ ଗୁଡିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ ।

 ଏହି  ଅଭାବନୀୟ ଘଟଣା ଘଟି ଯାଇଛି କଟକ ଜଗତପୁର ଅଂଚଳରେ। ଅକାଳରେ ଚାଲି ଯାଇଛି ,୩ ବହୁମୂଲ୍ୟ ଜୀବନ। କଟକ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ବୁଡି ଚାଲି ଗଲା ତିନି ବନ୍ଧୁଙ୍କ ଜୀବନ । ଏକାଠି ହୋଇ ଯାତ୍ରା ଦେଖିବାକୁ ଆସିଥିଲେ ଏବଂ ଜୀବନ ଯାତ୍ରା ଶେଷ କରି ତିନିହେଁ ଏକାଠି ହୋଇ ଚାଲିଗଲେ । ଜଗତପୁର ବାଦୁଡ଼ି ତୋଟା ନିକଟରେ ଘଟିଥିବା ଏହି ଅଘଟଣ ପୁରା କଟକ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ତିନି ଯୁବକ ହେଉଛନ୍ତି ତ୍ରିଲୋଚନ ମହଲା, ବାଦଲ ସାହୁ ଓ ନିଲୁ ସାହୁ । ତ୍ରିଲୋଚନ ଓ ନିଲୁ ଚାଉଳିଆଗଞ୍ଜ ଅଞ୍ଚଳର ହୋଇ ଥିବା  ବେଳେ ବାଦଲଙ୍କ ଘର ଚୌଦ୍ୱାର ଅଂଚଳରେ ।ରୁପଯାତ୍ରା ଦେଖି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ସେହି ସମୟର ସେଠାରେ ଥିବା ବ୍ୟକ୍ତିଙ୍କ କହିବା ମୁତାବକ ଜଣଙ୍କୁ ବୁଡିଯାଇଥିବା ଦେଖି ୪ ଜଣ ପାଣି କୁ ଲମ୍ଫ ମାରିଥିଲେ।୨ଜଣ ସୁରକ୍ଷିତ ଭାବରେ ଉଦ୍ଧାର ପାଇଥିବା ବେଳେ ୩ଜଣ ଭାସିଯାଇଥିଲେ । ତେବେ ପୁରା ଘଟଣା କୁ ନେଇ ମୃତକ ଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଛନ୍ତି ।

ଜଗତପୁର ପୋଲିସ ଏହି ଘଟଣା ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ର ପ୍ରାଥମିକ ତଦନ୍ତ ମୁତାବକ କିଛି ଯୁବକ ଗତକାଲି ରାତିରେ ବାଦୁଡି ତୋଟା ର  ନିଛାଟିଆ ସ୍ଥାନ ରେ ଏକତ୍ରିତ ହୋଇଥିଲେ ।ସମସ୍ତେ ରୂପଯାତ୍ରା ପାଇଁ ଏକାଠି ହୋଇଥିଲେ ।ତେବେ କେଉଁ ପରିସ୍ଥିତିରେ ଏ ଅଘଟଣ ଘଟିଲା ତାହା ତଦନ୍ତ ସାପେକ୍ଷ ।ସ୍ଥାନୀୟ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଘଟଣାସ୍ଥଳ ରେ ରହି ଶବ ଗୁଡ଼ିକୁ ବ୍ୟବଛେଦ ପାଇଁ ତୁରନ୍ତ ଏସ ସି ବି ପଠାଇଥିବା ବେଳେ ପରିବାରଜନଙ୍କୁ ଆବଶ୍ୟକ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ସ୍ଥାନୀୟ  ବିଧାୟକସୌଭିକ ବିଶ୍ୱାଳ  କହିଛନ୍ତି ।

Leave a Reply

Your email address will not be published.