Wednesday , May 31 2023
Breaking News
Home / ବିଶେଷ / କାକଟ ମଙ୍ଗଳା ଲକ୍ଷ୍ମୀ ପୂଜା ମଣ୍ଡପରେ ସୁରଝଙ୍କାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

କାକଟ ମଙ୍ଗଳା ଲକ୍ଷ୍ମୀ ପୂଜା ମଣ୍ଡପରେ ସୁରଝଙ୍କାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୧୩/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ ଆରମ୍ଭ ହୋଇଯାଇଛି ଲକ୍ଷ୍ମୀପୂଜାର ମାହୋଲ । କେନ୍ଦ୍ରାପଡାର ସର୍ବପୁରାତନ ଅନୁଷ୍ଠାନ କାକଟମଙ୍ଗଳା କ୍ଲବ ଆନୁକୂଲ୍ୟରେ ମା’ଲକ୍ଷ୍ମୀଙ୍କ ମଣ୍ଡପ ସମ୍ମୁଖରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ କଟକର ସୁରଝଙ୍କାର କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ସଂଯୋଜନା ଓ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଳଦେବଜୀଉ ୟୁଟୁ୍ୟବ ଚ୍ୟାନେଲ ଦ୍ୱାରା ପ୍ରସ୍ତୁତ ମା’ଲକ୍ଷ୍ମୀଙ୍କ ଏକ ଭଜନକୁ ନଗରପାଳ ସରିତା ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସତ୍ୟପ୍ରିୟଙ୍କ ସହିତ ଜଣେ ଅନନ୍ୟା କଣ୍ଠଶିଳ୍ପୀ ପୂର୍ଣ୍ଣମା ଦାଶ ଏଥିରେ କଣ୍ଠଦାନ କରଛନ୍ତି । ‘ଏଇ ଶରତେ ଆସ ମରତେ ମା ଗୋ ମଙ୍ଗଳମୟୀ’ ଗୀତଟି ଲୋକାଦୃତ ହେବାର ଆଶା କରାଯାଇଛି । କଣ୍ଠଶିଳ୍ପୀ ପୂର୍ଣ୍ଣିମା ଦାଶଙ୍କୁ କାକଟ ମଙ୍ଗଳା କ୍ଲବ ପକ୍ଷରୁ କୋକୀଳ ଶିଳ୍ପୀ ସମ୍ମାନରେ ସମ୍ମାନୀତ କରିଥିଲେ ନଗରପାଳ ଶ୍ରୀମତୀ ସାହୁ । କଟକର ସୁନାମଧନ୍ୟ ଗାୟିକା ସାଗରିକା ମହାନ୍ତି, ପୂର୍ଣ୍ଣିମା ଋଣା, ସୁବାସ ମଲ୍ଲିକ, ଦିପ୍ତୀରଞ୍ଜନ ମହାନ୍ତି ପ୍ରମୁଖ ଓଡିଶାର କେତେକ ପୁରାତନ ଲୋକପ୍ରିୟ  ଆଧୁନିକ ସଂଗୀତ ଓ ଆଲବମ ଗୀତ  ଗାନ କରି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ମାହୋଲ ସୃଷ୍ଟି କରିଥିଲେ । କ୍ଲବର ସମ୍ପାଦକ ତଥା କାଉନସିଲର ଉମେଶ ଚନ୍ଦ୍ର ନାୟକ(ସ୍ୱାଧୀନ) , ପଦ୍ମଚରଣ ସାହୁ, ବୁଲୁ ବାରିକ, କାଉନସିଲର ରମେଶ ଚନ୍ଦ୍ର ଦାସ, ଯଯାତି ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.