ଭୁବନେଶ୍ୱର, ୧୨/୧୦/୨୦୨୨ (ଓଡ଼ିଶା ସମାଚାର)-ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୦ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୦ ଜଣ, ସୁନ୍ଦରଗଡ଼ରୁ ୧୭ ଜଣ,ବାଲେଶ୍ବରରୁ ୧୧ ଜଣ, କଟକରୁ ୧୦ ଜଣ, ବରଗଡ଼,ନୂଆପଡ଼ା ଓ ପୁରୀ ଜିଲ୍ଲାରୁ ୬ ଜଣ ଲେଖାଁଏ, ମୟୂରଭଞ୍ଜ ,ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଁଏ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଁଏ, ଭଦ୍ରକ, ବଲାଙ୍ଗୀର, ଦେବଗଡ଼,ଗଞ୍ଜାମ, ଯାଜପୁର ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ ରୁ ୪ ଜଣ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତ ଙ୍କ ସଂଖ୍ୟା ୧୩୩୫୦୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୯୯ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୫୧୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୩୨୫୩୧୮ଜଣ ସୁସ୍ଥ ହୋଇଛନ୍ତି । ଆଉ ୫୮୩ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୩୩୬୭୯୨୩୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।