୧୩୧ ୟୁନିଟ ରକ୍ତ ସଂଗୃହୀତ
ଭୁବନ ୧୨/୧୦/୨୦୨୨(ଓଡ଼ିଶା ସମାଚାର)- ସହିଦ ବାଜି ରାଉତ ଙ୍କ ୮୪ ତମ ଶ୍ରଦ୍ଧୋତ୍ସବ ଅବସରରେ ଭୁବନ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେକର୍ଡ ସଂଖ୍ୟକ ସମୁଦାୟ ୧୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସାଂସଦ ମହେଶ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ କାଉନସିଲର ଗିରିଧାରୀ ସାହୁ , ପପୁ କୁମାର ସାହୁ , କବିତା ସେନାପତି ଙ୍କ ସମେତ ନରେନ୍ଦ୍ର କୁମାର ସାହୁ , ଜିଲ୍ଲା ସଂପାଦକ ଅଜୟ କୁମାର ସେଠୀ , ଜିଲ୍ଲା ଯୁବ ବିଜେଡି ଯୁଗ୍ମ ସଂପାଦକ ବିଶ୍ୱଜିତ ବାରିକ , କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ବିନୋଦ ବେହେରା , ରାକେଶ ପୃଷ୍ଟି , ଦିବାକର ବେହେରା , ଦେବେନ୍ଦ୍ର ସାହୁ , ଜୟଗୁରୁ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।