Wednesday , May 31 2023
Breaking News
Home / କ୍ରୀଡ଼ା / ଯାଜପୁର ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଯାଜପୁର ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

  ଯାଜପୁର, ୧୨/୧୦/୨୦୨୨(ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପୂର୍ବାହ୍ନରେ ସ୍ଥାନୀୟ ‘ରାଜୀବ ଗାନ୍ଧୀ’ ଷ୍ଠାଡ଼ିୟମରେ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ (ଏ.ଡ଼ି.ଏମ) ସନ୍ତୋଷ କୁମାର ମିଶ୍ରଙ୍କ ଦ୍ୱାରା ଉଦଘାଟିତ   ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଅଭିଯାନ, ଯାଜପୁର ରଞ୍ଜନ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନ କାର୍ୟ୍ୟକ୍ରମରେ ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗିତା  ପିଙ୍ଗୁଆ, ସ୍ଥାନୀୟ ୪ନଂ. ୱାର୍ଡର କାଉଁନସିଲର ରଶ୍ମିତା ଖୁଣ୍ଟିଆ, ନଅ ନମ୍ବର ୱାଡ ର କାଉନସିଲ ମଣିଦ୍ର ସାହୁ, କାଉଁସିଲର ବିଜୟ କୁମାର ଜେନା , ଓ ଅନ୍ୟ କାଉଁନସିଲ ମାନେ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁ, ସ୍ଥାନୀୟ ଫେରୋକ୍ରୋମ ପ୍ଲାଣ୍ଟ  ସ୍ଥିତ କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ସଂଜୟ କୁମାର ଦେଓ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶମ୍ବୁନାଥ ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ ଓ ଶଶୀଧର ସିଂହ, କୋରାଇ ବି.ଇ.ଓ ସୁଦର୍ଶନ ମଲ୍ଲିକ, ଜିଲ୍ଲା ଆଥ୍ଲେଟିକ ଆସୋସିଏସନ୍ର ସଂପାଦକ ସମ୍ବିତ୍ କୁମାର ମହାନ୍ତି, ଯୁବ ସମାଜସେବୀ ପ୍ରଶାନ୍ତ କୁମାର ଖୁଟିଂଆ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ କ୍ରୀଡ଼ାର ପ୍ରସାର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଟି ସହାୟକ ହେବ ବୋଲି କହିଥିଲେ । ଉପସ୍ଥିତ ଖେଳାଳୀମାନଙ୍କୁ ଶୁଭେଚ୍ଚା ଜଣାଇବା ସଙ୍ଗେ ସଙ୍ଗେ ସେମାନେ ଏଠାରେ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରିବାକୁ ଆଶାବ୍ୟକ୍ତ କରିଥିଲେ।

Leave a Reply

Your email address will not be published.