Wednesday , May 31 2023
Home / ଶିକ୍ଷା / ମଧ୍ୟାହ୍ନ ଭୋଜନ ତରକାରୀ ରୁ ପୋକ ବାହାରିବାରୁ ଅସନ୍ତୋଷ

ମଧ୍ୟାହ୍ନ ଭୋଜନ ତରକାରୀ ରୁ ପୋକ ବାହାରିବାରୁ ଅସନ୍ତୋଷ

ନିଶ୍ଚିନ୍ତକୋଇଲି, ୧୨ /୧୦/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ର ଲେଣ୍ଡୁରା ଭଗବାନ ପୁର ସ୍ଥିତ ଅନଂତେଶ୍ୱର ନୋଡାଲ ହାଇସ୍କୁଲ ରେ ମଧ୍ୟାହ୍ନ ଭୋଜନ ସୋୟାବିନ ତରକାରୀ  ରେ ପୋକ ସାଲୁ ବାଲୁ ଦେଖିବା ପରେ ପିଲାମାନେ ଖାଦ୍ୟ କୁ ନଖାଇ ଫିଙ୍ଗି ଦେଇଥିବା ଜଣା ପଡିଛି । ଏହି ବିଦ୍ୟାଳୟର  ମଧ୍ୟାହ୍ନ ଭୋଜନ  ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପରିଚାଳିତ ହେଉଛି । ଏହି ବିଦ୍ୟାଳୟ ରେ ବାରମ୍ବାର ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା । ଅଭିଯୋଗ ପରେ ସରପଞ୍ଚ ଅନନ୍ତ କର ଏହି ଘଟଣା ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave a Reply

Your email address will not be published.