Wednesday , May 31 2023
Home / ରାଜନୀତି / ଭୁବନ ବିଜେଡି ତରଫରୁ ଜନ ସଂପର୍କ ପଦଯାତ୍ରା

ଭୁବନ ବିଜେଡି ତରଫରୁ ଜନ ସଂପର୍କ ପଦଯାତ୍ରା

ଭୁବନ ୧୨/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନ ନଗର ବିଜେଡି ତରଫରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ , ଜିଲ୍ଲା ସଂପାଦକ ଅଜୟ କୁମାର ସେଠୀ , ଜିଲ୍ଲା ଯୁବ ବିଜେଡି ଯୁଗ୍ମ ସଂପାଦକ ବିଶ୍ୱଜିତ ବାରିକ , କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ବିନୋଦ ବେହେରା , ରାକେଶ ପୃଷ୍ଟି , ଦିବାକର ବେହେରା ,ଜୟଗୁରୁ ପାତ୍ର ,ଦେବେନ୍ଦ୍ର ସାହୁ , ଅଚ୍ୟୁତ ମଲିକ ,ଶ୍ରୀକାନ୍ତ ସାହୁ , ସୁଶାନ୍ତ କୁମାର ବେହେରା , ସନ୍ତୋଷ ବେହେରା (ମୁଣ୍ଡୁ) ପ୍ରମୁଖ ଶତାଧିକ ମହିଳା , ପୁରୁଷ କର୍ମୀ ଶ୍ରୀରାମ ମନ୍ଦିର ନିକଟରୁ ଜନସଂପର୍କ ପଦଯାତ୍ରାରେ ବାହାରି ସମଗ୍ର ୧ ନମ୍ବର ୱାର୍ଡ ପରିକ୍ରମା କରିଥିଲେ । ୧ ନମ୍ବର ୱାର୍ଡରେ ନିର୍ମାଣ ଶେଷ ହୋଇଥିବା ଓ ଆଗକୁ ହେବାକୁ ଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।

Leave a Reply

Your email address will not be published.