Wednesday , May 31 2023
Breaking News
Home / ବିଶେଷ / ବ୍ଲକ୍ ସ୍ତରୀୟ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର,୯୪୬  ଜଣ ପଞ୍ଜିକୃତ

ବ୍ଲକ୍ ସ୍ତରୀୟ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର,୯୪୬  ଜଣ ପଞ୍ଜିକୃତ

କଟକ ସଦର, ୧୨ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଓଡିଶାଙ୍କ ପକ୍ଷରୁ ସମଗ୍ର ଶିକ୍ଷା,କଟକଙ୍କ ଆନୁକୁଲ୍ୟରେ କଟକ ସଦର ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିଵିର ଆଜି ବୁଧବାର ଦିନ କନ୍ଦରପୁର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଶିଵିରକୁ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଉଦ୍ଘାଟନ କରିଥିବା ଵେଳେ‌ ବିଭିନ୍ନ କ୍ଷେତ୍ରରେ ଭିନ୍ନକ୍ଷମ ଥିବା ୯୪୬ ଜଣ ପଞ୍ଜିକୃତ ହୋଇଥିଲେ। ସେମାନଙ୍କୁ ବିଭିନ୍ନ ବିଭାଗର ଡ଼ାକ୍ତର ପରୀକ୍ଷା କରିଥିଲା ଵେଳେ ସେମାନଙ୍କୁ ପଞ୍ଚାୟତ ସ୍ତରରେ ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଅଫଲାଇନ୍ ସାର୍ଟିଫିକେଟ ପାଇଥିବା ଭିନ୍ନକ୍ଷମ ମାନେ ଅନଲାଇନ୍ ସାର୍ଟିଫିକେଟ ପାଇଵାକୁ ଆବଶ୍ୟକତା ଦୃଷ୍ଟିରୁ ଆବେଦନ କରିଥିଲେ।୨୩ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଶତାଧିକ ଭିନ୍ନକ୍ଷମ ଓ ସେମାନଙ୍କର ସହଯୋଗୀଙ୍କୁ ଆଣିଥିବା ବେଳେ ଶିଵିରରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା।ଶିଵିର ପରିଚାଳନାରେ କନ୍ଦରପୁର କଲେଜ ଅଧ୍ୟକ୍ଷ ସାରଦା ପ୍ରସାଦ ମହାପାତ୍ର,ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳ,ଅଧ୍ୟାପକ ଵିଜୟ ପାତ୍ର,କଟକ ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅମ୍ଵିକା ପାତ୍ର, ପୂର୍ବତନ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ା, ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସମର ବେହେରା,ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ଜିତେନ୍ଦ୍ର ସାହୁଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ସହାୟତା ପ୍ରଦାନ କରିଥିଲେ।

Leave a Reply

Your email address will not be published.