ଜୁନାଗଡ଼,୧୨/୧୦/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ଼ରେ ପୂର୍ବତନ ଏନଏସି ଚେୟାରମେନ ତଥା ସମାଜସେବୀ ପାର୍ଥ ମହାଳିକଙ୍କ ମଙ୍ଗଳବାର ଦିନ ନିଜ ବାସଭବନରେ ପରଲୋକ ହୋଇଯାଇଛି।ମୃତୁ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।ସେ ଦୀର୍ଘଦିନରୁ ଶଯ୍ୟାଶାୟୀ ଥିଲେ। ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ପୁଅ, ବୋହୂ ଓ ଅନ୍ୟ ପରିଜନ ଉପସ୍ଥିତ ରହିଥିଲେ। ସ୍ବର୍ଗତ ମହାଳିକ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଙ୍କ ଦ୍ଵାରା ପ୍ରତିଷ୍ଠିତ ଜନତା ଦଳ ରେ ଏକ ବରିଷ୍ଠ ନେତୃତ୍ୱ ନେଇ ଏ ଅଞ୍ଚଳରେ ଜଣେ ପ୍ରଭାବଶାଳୀ ନେତା ଭାବରେ ପରିଚିତ ଥିଲେ । ସେ ଜୁନାଗଡ଼ ଏନ ଏ ସି ର ଦୁଇଥର ନଗରପାଳ ହୋଇ ଅନେକ ଉନ୍ନତି ମୂଳକ କାର୍ୟ୍ୟ କରି ବେଶ ଲୋକପ୍ରିୟ ହୋଇଥିଲେ ଏବଂ ଏ ଅଞ୍ଚଳର ଜଣେ ଟାଣୁଆ ନେତା ଭାବେ ଜିଲ୍ଲା ରେ ପରିଚିତ ଥିଲେ । ଜୁନାଗଡ଼ ଏନ ଏ ସି ରେ୧୯୮୪ ରୁ୮୫ ଓ୧୯୯୨ ରୁ୯୫ ମସିହା ମଧ୍ୟରେ ଚେୟାରମ୍ୟାନ ହୋଇଥିବା ସମୟରେ ରାଜ୍ୟ ସ୍ତରରେ ଜୁନାଗଡ଼ କୁ ଶ୍ରେଷ୍ଠ ପøରାଞ୍ଚଳ ଭାବେ ପୁରସ୍କାର ପାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ଏଥି ସହ ସହରର ଲଙ୍କେଶ୍ୱରୀ କ୍ଲବ ର ପ୍ରତିଷ୍ଠାତା ସଦସ୍ୟ ରହି ଦୁର୍ଗା ପୂଜା ଆରମ୍ଭ କରିଥିଲେ । ଏବଂ ସେହି ଦିନ ଠାରୁ ଦୁର୍ଗା ପୂଜା ର ନେଟରୁ ନେଇ ଦାୟିତ୍ୱ ତୁଲାଇ ଆସୁଥିଲେ । ବାଙ୍କୀ ରାଜପୁତ ସମାଜ ର ସଭାପତି ରହି ସାମାଜିକ ଉନ୍ନତି କାମରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ଜିଲ୍ଲା ର ବରିଷ୍ଠ ନେତା ଭକ୍ତ ଚରଣ ଦାସ, ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲାୟନ ମାଣିକ ଚାନ୍ଦ ଅଗ୍ରୱାଲ, ଈଶ୍ୱର ପୁଝରୀ ,ଦୁର୍ଗା ପ୍ରସାଦ ନାଏକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଛନ୍ତି ।