Thursday , June 8 2023
Breaking News
Home / ବିଶେଷ / ନଟବର ବିଶ୍ୱାଳ ସ୍ମୃତି ସଂସଦ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ନଟବର ବିଶ୍ୱାଳ ସ୍ମୃତି ସଂସଦ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ଯାଜପୁର , ୧୨/୧୦/୨୦୨୨(ଓଡ଼ିଶା ସମାଚାର)-କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା ଗ୍ରାମର ମହାଲକ୍ଷ୍ମୀ ଭବନ ପରିସରରେ ଜହ୍ନା ପୂର୍ବତନ ସରପଞ୍ଚ ତଥା ଅଞ୍ଚଳର ଜଣାଶୁଣା ନେତା ସ୍ବର୍ଗତ ନଟବର ବିଶ୍ବାଳଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୱରେ ଆଜି ସ୍ମୃତି ସଂସଦ ପକ୍ଷରୁ ଏକ ବିରାଟ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପାଣିକୋଇଲି ଥାନାଧିକାରିଣୀ ଚିନ୍ମୟୀ ବେହେରା ଓ ମୁଖ୍ୟ ବକ୍ତା ଭାବେ ବ୍ୟାସନଗର କଲେଜରେ ପୂର୍ବତନ ଅଧ୍ୟକ୍ଷ ଶିବଚରଣ ମାଝୀ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ବ୍ରଜ କିଶୋର ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଯୋଗଦେଇଥିବା ସମସ୍ତ ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ଏଏନ୍ଏମ, ଆଶା ଓ ଅଙ୍ଗନବାଡି ଦିଦୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ଶିବିରରେ ମେଡିସିନ ବିଶେଷଜ୍ଞ ଡାକ୍ତର କୈଳାସ ବିଶ୍ୱାଳ, ଡାଇବେଟିସ ବିଭାଗରେ ଡାକ୍ତର ଚିନ୍ମୟ ସାମଲ, ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ସୌଭାଗ୍ୟ ରଞ୍ଜନ ସୁବୁଦ୍ଧି, ଦନ୍ତ ବିଭାଗରେ ଡାକ୍ତର ପ୍ରଣତୀ ବୋଇତାଇ, ଡାକ୍ତର ଗଗନ ବିହାରୀ ବିଶ୍ୱାଳ, ସର୍ଜରୀ ବିଭାଗର ଡାକ୍ତର ଗଙ୍ଗାଧର ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ଗାଁରୁ ଯୋଗ ଦେଇଥିବା ୩୧୫ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ଓ ରୋଗୀଙ୍କୁ ମାଗଣାରେ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା । କୋରେଇର ମୁକ୍ତା ଡ଼ାଇଗ୍ନୋଷ୍ଟିକ୍ ପକ୍ଷରୁ ରୋଗୀଙ୍କ ରକ୍ତ, ଡାଇବେଟିସ, ବ୍ଲଡ୍ ପ୍ରେସର୍, ଥାଇରଏଡ଼ ପ୍ରମୁଖ ମାଗଣାରେ କରାଯାଇଥିଲା ।

Leave a Reply

Your email address will not be published.