Wednesday , May 31 2023
Breaking News
Home / ନିର୍ବାଚନ / ଧାମନଗର ଉପନିର୍ବାଚନ : ତିହିଡ଼ି ବ୍ଲକ୍ ର ଚେୟାରମ୍ୟାନ୍ ଅବନ୍ତୀ ଦାସ ବିଜେଡି ର ପ୍ରାର୍ଥୀ

ଧାମନଗର ଉପନିର୍ବାଚନ : ତିହିଡ଼ି ବ୍ଲକ୍ ର ଚେୟାରମ୍ୟାନ୍ ଅବନ୍ତୀ ଦାସ ବିଜେଡି ର ପ୍ରାର୍ଥୀ

ଭୁବନେଶ୍ବର, ୧୨/୧୦/୨୦୨୨(ଓଡ଼ିଶା ସମାଚାର)- ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପାର୍ଥୀ ଘୋଷଣା କଲା । ମହିଳା କାର୍ଡ଼ ଖେଳି ବିଜେଡ଼ି ସରପ୍ରାଇଜ୍ ଦେଇଛି । ତିହିଡ଼ି ବ୍ଲକ୍ର ଚେୟାରମ୍ୟାନ୍ ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ସୂଚନା ମିଳିଛି । ଅବନ୍ତୀଙ୍କ ପାର୍ଥୀତ୍ୱକୁ ବିଜେଡି ସୁପ୍ରିମୋ ନବୀନ୍ ପଟ୍ଟନାୟକ ମୋହର ମାରିଛନ୍ତି ।
ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ସବୁବେଳେ ଉଦାହରଣ ସୃଷ୍ଟି କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଧାମନଗର ଉପ-ନିର୍ବାଚନ ପାଇଁ ତିହିଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ କରିଛନ୍ତି । ମିଶନ ଶକ୍ତିରେ କାର୍ୟ୍ୟ କରିବାର ଯଥେଷ୍ଟ ଅଭିଜ୍ଞତା ଶ୍ରୀମତି ଦାସଙ୍କର ରହିଛି ।
ସୂଚନା ଥାଉକି, କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ତାପରଠୁ ଉପନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବିଜେପି ପକ୍ଷରୁ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ୟ୍ୟବଂଶୀ ସୁରଜଙ୍କ ନାମ ଘୋଷଣା କରାଯାଇଥିଲା ଓ ସେ ଗତକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ଯୁବ ଆଇନଜୀବୀ ବାବା ହରୋକୃଷ୍ଣ ସେଠୀ ଙ୍କ ନାମ ଘୋଷଣା କରାଯାଇଛି ।

Leave a Reply

Your email address will not be published.