Thursday , June 8 2023
Breaking News
Home / ବିଶେଷ / ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ ଦାବିରେ ଏଆଇଡିଏସଓ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ ଦାବିରେ ଏଆଇଡିଏସଓ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର, ୧୨ /୧୦/୨୦୨୨ (ଓଡ଼ିଶା ସମାଚାର)-ଏଆଇଡିଏସଓ ଉଦ୍ୟୋଗରେ ଶିକ୍ଷା ବିନାସକାରୀ ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ ଦାବିରେ ଦେଶବ୍ୟାପୀ ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଚାଲିଥିଲା । ଓଡିଶାର ଛାତ୍ର ତଥା ଜନସାଧାରଣଙ୍କ ପାଖରୁ ସଂଗୃହିତ ୫ ଲକ୍ଷରୁ ଉର୍ଦ୍ଧ୍ୱ ଦସ୍ତଖତ ସମ୍ମିଳିତ ସ୍ମାରକପତ୍ର ଆଜି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଲୋୟର ପିଏମଜି ରେ ଏଆଇଡିଏସଓ ପକ୍ଷରୁ ଅନୁଷ୍ଠିତ  ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, କେନ୍ଦ୍ରୀୟକରଣ, ସାମ୍ପ୍ରଦାୟିକରଣ, ଧନ୍ଦାମୂଖିକରଣର ନୀଳ ନକ୍ସା ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ ଦାବିରେ ଅନୁଷ୍ଠିତ ଛାତ୍ର ବିକ୍ଷୋଭ ସ୍ଥଳରୁ ରାଜ୍ୟ ସଭାପତି ସୋମନାଥ ବେହେରାଙ୍କ ନେତୃତ୍ୟରେ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଛାତ୍ର ବିକ୍ଷୋଭ ସ୍ଥଳରେ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସର୍ବଭାରତୀୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁବାସ ନାୟକ, ରାଜ୍ୟ ଉପ-ସଭାପତି ଭାଗ୍ୟରବି ଦାସ, ସମ୍ପାଦକ ମଣ୍ଡଳୀ ସଦସ୍ୟ ନସିମ ସରକାର, ପରମାନନ୍ଦ ସାହୁ, ସଂଯୁକ୍ତା ସାହୁ, ସ୍ୱସ୍ତୀ ସଙ୍ଗୀତା ଦଳାଇ, ସପ୍ତର୍ଷିନୀ ରାଉଳ, ବିନୋଦ ସେଠୀ, ନିମାଇଁ ଚରଣ ସାହୁ, ତରୁଣ ନାୟକ, ପ୍ରଭାତୀ ମଲ୍ଲିକ, ନାରାୟଣ ନାୟକ, ଇଷା ଧର ପ୍ରମୂଖ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଜନଶିକ୍ଷାକୁ ଧ୍ୱଂସ କରିବାକୁ ଅଣାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କବଳରୁ ଶିକ୍ଷା ସଭ୍ୟତାକୁ ବଂଚାଇବା ପାଇଁ ଏଆଇଡିଏସଓ ତାର ଅଭିଯାନ ଜାରୀ ରଖିଛି । ଆଗାମୀ ଦିନରେ ଏନଇପି ୨୦୨୦ ବାତିଲ ଦାବିରେ ସଂଗ୍ରାମକୁ ଶକ୍ତିଶାଳୀ କରିବା ପାଇଁ ଦେଶ ବ୍ୟାପୀ ୨୫ ଲକ୍ଷ ସ୍ୱେଚ୍ଛାସବକ ସଂଗ୍ରହ ସହ ୧ ଲକ୍ଷ ସଂଗ୍ରାମ କମିଟି ଗଠନ ଅଭିଯାନ କରାଯିବ । ଜାତୀୟ ଶିକ୍ଷା ନୀତି ୨୦୨୦ବାତିଲ ଦାବିରେ ସାରା ଦେଶ ତଥା ରାଜ୍ୟର ଜନଗଣଙ୍କ ସକ୍ରିୟ ସମର୍ଥନ ପାଇଁ ଏଆଇଡିଏସଓ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ  ଶିକ୍ଷା , ସଭ୍ୟତା, ସଂସ୍କୃତିକୁ ରକ୍ଷା କରିବାକୁ ସର୍ବସ୍ତରର ଜନଗଣ ଏନଇପି ୨୦ ବିରୁଦ୍ଧରେ ସଂଗ୍ରାମ କରିବାକୁ ଆଗେଇ ଆସିବାକୁ ଛାତ୍ର ବିକ୍ଷୋଭ ସ୍ଥଳରୁ ଆହ୍ୱାନ ଦିଆଯାଇଛି ।

Leave a Reply

Your email address will not be published.