Wednesday , May 31 2023
Breaking News
Home / ନିର୍ବାଚନ / ଗତିରାଉତପଟଣା ସମିତି ସଭ୍ୟା ଭାଵେ ଭାଗ୍ୟଲକ୍ଷ୍ମୀ ରାଉତ ନିରଦ୍ୱନ୍ଦରେ ନିର୍ବାଚିତ, ଘୋଷଣା ଵାକି – –

ଗତିରାଉତପଟଣା ସମିତି ସଭ୍ୟା ଭାଵେ ଭାଗ୍ୟଲକ୍ଷ୍ମୀ ରାଉତ ନିରଦ୍ୱନ୍ଦରେ ନିର୍ବାଚିତ, ଘୋଷଣା ଵାକି – –

ସେ  ମଧ୍ୟ ସମିତି ଅଧ୍ୟକ୍ଷା ହେଵା ସମ୍ଭାବନା

କନ୍ଦରପୁର, ୧୨ /୧୦/୨୦୨୨ (ଓଡ଼ିଶା ସମାଚାର)- ଵହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏପ୍ରିଲ ମାସରୁ ଖାଲି ପଡିଥିବା କଟକ ସଦର ବ୍ଲକ୍ ଅନ୍ତର୍ଗତ ଗତିରାଉତପଟଣା ସମିତି ସଭ୍ୟା ଆସନ ପାଇଁ ଆସନ୍ତା ନଭେମ୍ବର ୪ ରେ ହେଵାକୁ ଥିବା ନିର୍ବାଚନ ନିମନ୍ତେ ଆଜି ବୁଧବାର ଥିଲା ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଏଥିରେ ପ୍ରତିଦ୍ବନ୍ଦିତା ପାଇଁ ଉକ୍ତ ପଞ୍ଚାୟତର ପରଲୋକଗତ ପୂର୍ବତନ ସମିତି ସଭ୍ୟା ତଥା ପୂର୍ଵତନ ସରପଞ୍ଚ ବିଷ୍ଣୁପ୍ରିୟା ରାଉତଙ୍କ ଵଡ ଵୋହୁ ଭାଗ୍ୟଲକ୍ଷ୍ମୀ ରାଉତ ନାମାଙ୍କନପତ୍ର ଦାଖଲ କରିଥିବା ଵେଳେ ନିର୍ଧାରିତ ସମୟସୀମା ମଧ୍ୟରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ ଭାଗ୍ୟଲକ୍ଷ୍ମୀ ଅପ୍ରତିଦ୍ଵନ୍ଦୀ ସମିତି ସଭ୍ୟା ହେଵା ଜଣାପଡିଛି। କେବଳ ସରକାରୀ ଘୋଷଣାନାମାକୁ ଅପେକ୍ଷା କରାଯାଇଥିବା ବେଳେ ସେହି ହିଁ ଅପ୍ରତିଦ୍ଵନ୍ଦୀ ସମିତି ଅଧ୍ୟକ୍ଷା ହେବା ନିଶ୍ଚିତ ହୋଇଯାଇଛି। ପୂର୍ବରୁ ମଧ୍ୟ ଏହି ଦୁଇଟି ଆସନ ପାଇଁ ସ୍ୱର୍ଗତ ବିଷ୍ଣୁପ୍ରିୟା ଅପ୍ରତିଦ୍ଵନ୍ଦୀ ଥିଲେ।ଆଜିର ଏହି ନାମାଙ୍କନପତ୍ର ଦାଖଲର ନିର୍ବାଚନ ଅଧିକାରୀ ଭାବେ ଵିଡିଓ ରାଜୀଵ ଲୋଚନ ପରିଡ଼ା ଦାୟିତ୍ଵ ନିର୍ବାହ କରିଥିଲେ। ଅପ୍ରତିଦ୍ଵନ୍ଦୀ ଭାଗ୍ୟଲକ୍ଷ୍ମୀଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଥିଵା ଜଣାଯାଇଛି।

Leave a Reply

Your email address will not be published.