ଭୁବନେଶ୍ୱର, ୧୨/୧୦/୨୦୨୨ (ଓଡ଼ିଶା ସମାଚାର)- ନାରୀର ଉନ୍ନତିରେ ଦେଶର ଉନ୍ନତି । ଜଣେ ନାରୀ ଯେତେ ଅଗ୍ରଗତି କରିବ, ଦେଶ ସେତେ ଅଗ୍ରଗତି ହେବ । କିନ୍ତୁ ଏ ସମାଜ ଝିଅ ଜନ୍ମ ଏକ କଳଙ୍କ ଓ ବୋଝ ଭାବି ଗୋଟିଏ ଶିଶୁ ବାଳିକାକୁ ରାସ୍ତାରେ ଫୋପାଡ଼ି ଦେବା, ମାରିଦେବା, କନ୍ୟାଭ୍ରୁଣ ହତ୍ୟା ପରି ଅନେକ ସମସ୍ୟା ଦେଖାଯାଉଛି । ଏ ସବୁ ସମସ୍ୟାକୁ ଦୂର କରି ଶିଶୁ ବାଳିକାମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସ୍ୱେଚ୍ଛାସେବୀ ସେବା କେନ୍ଦ୍ର ଭୁବନେଶ୍ୱର ତରଫରୁ ଚନ୍ଦକା ଅଂଚଳରେ ଆନ୍ତର୍ଜାତିକ ଶିଶୁ ବାଳିକା ଦିବସ ପାଳିତ ଅବସରରେ ଏକ ପ୍ଲାକାର୍ଡ଼ ପ୍ରଚାରର ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସେବାକେନ୍ଦ୍ରର ସମ୍ପାଦକ ବାପି ନାୟକ କହିଲେ ଯେ, ଆଜିର ଦିନରେ ନାରୀମାନେ ଅନେକ କ୍ଷେତ୍ରରେ ଅଗ୍ରଣୀ କଲେଣି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଛାତ୍ରୀମାନେ ଛାତ୍ରମାନଙ୍କ ଠାରୁ ଆଗରେ ରହୁଛନ୍ତି । ତେଣୁ ଦେଶରେ ନାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିକା ସମାଜରେ ଲୋକମାନେ ପରିବର୍ତନ ହୋଇ କନ୍ୟାଭ୍ରୁଣ ହତ୍ୟାକୁ ବନ୍ଦ କରିବା ଦରକାର ଓ ବାଳିକାମାନଙ୍କୁ ଗୁରୁତ୍ୱ ଦେବା ମଧ୍ୟ ଦରକାର । ଏହି କାର୍ଯ୍ୟକ୍ରମକୁ ମେନକା ମିଶ୍ର, ବୀଣାପାଣି ବେହେରା, ରୁପାଲି, ପ୍ରତୀକ୍ଷା, କାଜଲ ପ୍ରମୁଖ ସହରେଯାଗ କରିଥିଲେ ।