Wednesday , May 31 2023
Home / ବିଶେଷ / ସାଂସଦ ଙ୍କ ନିମନ୍ତ୍ରଣ କରାନଯିବା ନିନ୍ଦନୀୟ

ସାଂସଦ ଙ୍କ ନିମନ୍ତ୍ରଣ କରାନଯିବା ନିନ୍ଦନୀୟ

ଭୁବନ ୧୧/୧୦/୨୦୨୨(ଓଡ଼ିଶା ସମାଚାର)- ସହିଦ ବାଜିରାଉତ ଙ୍କ ୮୪ ତମ ଶ୍ରଦ୍ଧୋତ୍ସବ କାର୍ଯ୍ୟକ୍ରମରେ ଢେଙ୍କାନାଳ ର ଲୋକପ୍ରିୟ ସାଂସଦ ମହେଶ ସାହୁ ଙ୍କୁ ନିମନ୍ତ୍ରଣ କରାନଧିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଏଥିପାଇଁ ବାଜିରାଉତ ସ୍ମୃତି ପରିଷଦର ସଂପାଦକ କୃଷ୍ଣ ଚନ୍ଦ୍ର ଆଏଚ ଙ୍କୁ ଦୋଷାରୋପ ମଧ୍ୟ କରାଯାଉଛି । ସାଂସଦ ମହେଶ ସାହୁ ଆଜି ଏକ ଦିନିକିଆ କାର୍ଯ୍ୟକ୍ରମରେ ଭୁବନ ଆସିଥିବା ବେଳେ ନୀଳକଣ୍ଠପୁର ଗ୍ରାମକୁ ନଯିବା ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ । ତାଙ୍କୁ ସୂଚନା ନାହିଁ କି ନିମନ୍ତ୍ରଣ ମଧ୍ୟ ନାହିଁ ବୋଲି ସାଂସଦ ମତବ୍ୟକ୍ତ କରିବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର କ୍ଷୋଭ ପ୍ରକାଶ କରି କହିଥିଲେ ଯେ , ସାଂସଦ ମହେଶ ସାହୁ ଙ୍କୁ ନିମନ୍ତ୍ରଣ ଦିଆନଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏବଂ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପୂର୍ବରୁ କୌଣସି ଅବଦାନ ନଥିବା ବେଳେ ସ୍ମୃତି ପରିଷଦକୁ ହାଇଜ୍ୟାକ କରି କୃଷ୍ଣ ଚନ୍ଦ୍ର ଆଏଚ ଚଳିତ ବର୍ଷ ଭୁବନର କୌଣସି କବି , ଲେଖକ, ସାହିତ୍ୟିକ , ଶିକ୍ଷାବିତ ଓ ସାମ୍ବାଦିକ ଙ୍କୁ ମଧ୍ୟ ମିମନ୍ତ୍ରଣ ପତ୍ର ଦେଇନାହାନ୍ତି ।

Leave a Reply

Your email address will not be published.