Saturday , June 10 2023
Breaking News
Home / ବିଶେଷ / ବୌଦ୍ଧ ଜିଲ୍ଲାରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ, ୨ ଟି ପିସ୍ତଲ,୪ ଟି ଦେଶୀ ବନ୍ଧୁକ ଜବତ

ବୌଦ୍ଧ ଜିଲ୍ଲାରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ, ୨ ଟି ପିସ୍ତଲ,୪ ଟି ଦେଶୀ ବନ୍ଧୁକ ଜବତ

ବୌଦ୍ଧ ୧୧/୧୦/୨୦୨୨(ଓଡ଼ିଶା ସମାଚାର)-ବୌଦ୍ଧ ଜିଲ୍ଲାରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି । କଣ୍ଟାମାଳ ବ୍ଲକ୍ ଶଗଡା ଅନ୍ତର୍ଗତ ସିଲାଇପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ମନମୁଣ୍ଡା ପୋଲିସ୍ ଚଢ଼ାଉ କରିଥିଲା । ଏକ ଘର ଭିତରୁ ୨ ଟି ପିସ୍ତଲ୍ ଏବଂ ୪ ଟି ଦେଶୀ ବନ୍ଧୁକ ଜବତ କରିବା ସହିତ ବନ୍ଧୁକ କାରିଗରକୁ ପୋଲିସ ଗିରଫ କରିଥିଲା । ବନ୍ଧୁକ ତିଆରି କରିବାରେ ବ୍ୟବହୃତ ବହୁ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ସିଲାଇପଡ଼ା ଗ୍ରାମର ଶେଷଦେବ ବିନ୍ଧାଣି ।
ସୂଚନା ଅନୁଯାୟୀ ମନମୁଣ୍ଡା ପୋଲିସ୍ କୌଣସି ଏକ ସୁତ୍ରରୁ ଖବର ପାଇ ଗତକାଲି ବିଳମ୍ୱିତ ରାତିରେ ଅଚାନକ ସିଲାଇ ପଡ଼ା ଗ୍ରାମରେ ଚଢାଉ କରି ବନ୍ଧୁକ ତିଆରି କାରଖାନା କୁ ଠାବ କରିଥିଲା । ସେଠାରେ ବନ୍ଧୁକ ତିଆରି ହେଉଥିବା ବେଳେ ୨ ଟି ପିସ୍ତଲ୍ ଏବଂ ୪ ଟି ଦେଶୀ ବନ୍ଧୁକ ଜବତ କରିବା ସହିତ ବନ୍ଧୁକ କାରିଗରକୁ ( ମିସ୍ତ୍ରୀ) କୁ ମଧ୍ୟ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା।

Leave a Reply

Your email address will not be published.