Thursday , June 8 2023
Breaking News
Home / ବିଶେଷ / ବାଜି ରାଉତ ଙ୍କ ୮୪ ତମ ଶ୍ରାଦ୍ଧୋତ୍ସବ ପାଳିତ

ବାଜି ରାଉତ ଙ୍କ ୮୪ ତମ ଶ୍ରାଦ୍ଧୋତ୍ସବ ପାଳିତ

ସହିଦ ଙ୍କ ତ୍ୟାଗପୂତ ଜୀବନ ଆଦର୍ଶରେରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

ଭୁବନ ୧୧/୧୦/୨୦୨୨(ଓଡ଼ିଶା ସମାଚାର)- ମାତ୍ର ବାର ବର୍ଷ ବୟସରେ ଦେଶ ମାତୃକାର ରକ୍ଷା ନିମନ୍ତେ ପ୍ରାଣବଳି ଦେଇ ମହାନ ଦେଶ ଭକ୍ତ ତଥା ବିଶ୍ୱର ସର୍ବ କନିଷ୍ଠ ସହିଦ ଭାବରେ ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୀର ବାଜି ରାଉତ । ସହିଦ ଙ୍କ ତ୍ୟାଗପୂତ ଜୀବନ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିଜକୁ ଦେଶ ସେବାରେ ନିୟୋଜିତ କରିବାକୁ ଆହ୍ୱାନ ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ଭୁବନ ବ୍ଲକ ଅନ୍ତର୍ଗତ ରକ୍ତତୀର୍ଥ ନୀଳକଣ୍ଠପୁର ଗ୍ରାମରେ ବାଜିରାଉତ ସ୍ମୃତି ପରିଷଦ ଓ ଜିଲ୍ଲା ସୂଚନା ଲୋକ ସଂପର୍କ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୮୪ ତମ ଶ୍ରାଦ୍ଧୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ଦେଶର ସାମଗ୍ରିକ ବିକାଶ ପାଇଁ ସ୍ୱତଃ ପ୍ରବୃତ ଭାବେ ଆଗେଇ ଆସିବାକୁ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ,ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ , ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ମହୁଲପାଳ ସରପଂଚ ଲିପ୍ସା ରାଉତ , ଗଁନ୍ଦିଆ ବ୍ଲକ ଅଧ୍ୟକ୍ଷା ରୀନା ରାଣି ଖଟୁଆ , କାମାକ୍ଷା ନଗର ନଗରପାଳ ଧର୍ମାନନ୍ଦ ପରିଡା , ବିଡିଓ କଲ୍ୟାଣ ସୌରଭ ଦାଶ , ତହସିଲଦାର ଡ. ରୋଜାଲିନ ବେହେରା ପ୍ରମୁଖ ଯୋଗଦେଇ ସହିଦ ଙ୍କ ସ୍ମୃତିଚାରଣ କରିଥିଲେ । ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସ୍ୱରୂପ ଆରକ୍ଷୀ ବାହିନୀ ଙ୍କ ଦ୍ୱାରା ଗାର୍ଡ ଅଫ ଅନର ଦିଆଯାଇଥିଲା । ସହିଦ ଙ୍କ ଦାୟାଦ ମାନଙ୍କୁ ମନ୍ତ୍ରୀ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସହିଦ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭରେ ବ୍ରାହ୍ମଣୀ ନଦୀ କୂଳରେ ତୀଳ ତର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୀଳକଣ୍ଠପୁର ଗ୍ରାମବାସୀ ଓ ବହୁ ବ୍ୟକ୍ତି ଯୋଗଦେଇଥିଲେ ।

Leave a Reply

Your email address will not be published.