Wednesday , May 31 2023
Home / ରାଜନୀତି / ପାରାଵିଲ୍ ରେ ଵିଜେଡିର ଜନସମ୍ପର୍କ ପଦଯାତ୍ରା ଓ ବିଧାୟକଙ୍କ ଗଜଲକ୍ଷ୍ମୀ ମଣ୍ଡପ ପରିଦର୍ଶନ – –

ପାରାଵିଲ୍ ରେ ଵିଜେଡିର ଜନସମ୍ପର୍କ ପଦଯାତ୍ରା ଓ ବିଧାୟକଙ୍କ ଗଜଲକ୍ଷ୍ମୀ ମଣ୍ଡପ ପରିଦର୍ଶନ – –

କଟକ ସଦର, ୧୧ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ବ୍ଲକ୍ ଅନ୍ତର୍ଗତ ଧରିଣା ପଞ୍ଚାୟତ ପାରାଵିଲ୍ ରାଜସ୍ୱ ଗ୍ରାମରେ ଆଜି (ମଙ୍ଗଳବାର) ଦିନ ଵିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ନେତା ଗୋକୁଳାନନ୍ଦ ବୈଶାଖଙ୍କ ନେତୃତ୍ବରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା,କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସଙ୍କ ସମେତ ସଦର ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ବିଭୁତି ଭୁଷଣ ପରିଡା, ସରପଞ୍ଚ ରତ୍ନାକର ରାଉତ,ସଦର ଯୁଵ ବିଜେଡି ସଭାପତି ହିମାଂଶୁ ଦାସ, ଵହୁ ନିର୍ବାଚିତ ଓ ମନୋନୀତ ପ୍ରତିନିଧି ସାମିଲ ହୋଇଥିଲେ।ଏହି ଅଵସରରେ ଗ୍ରାମର ପ୍ରତ୍ୟେକ ଗଜଲକ୍ଷ୍ମୀ ପୂଜା ମଣ୍ଡପକୁ ବିଧାୟକ ପରିଦର୍ଶନ କରିବା ସହିତ ରତ୍ନଯୋରୀ ଉପରେ ୭ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ସେତୂକୁ ଉଦ୍ଘାଟନ କରିଥିଲେ। ଶେଷରେ ଏକ ବୈଠକରେ ଯୋଗ ଦେଇ ଗ୍ରାମର ବିଭିନ୍ନ ମୈ।ଳିକ ସମସ୍ୟା ଗୁଡିକର ସମାଧାନ ଅଗ୍ରାଧିକାର ଭିତ୍ତିରେ କରାଯିଵ ବୋଲି ବିଧାୟକ ଚନ୍ଦ୍ର ସାରଥି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ରମେଶ ଚନ୍ଦ୍ର ସତପଥି, ବିଶ୍ୱଜିତ ସତପଥି,ଅଭୟ ଵାଡି,ପ୍ରତାପ ରାଉତରାୟ, ପାର୍ଥସାରଥୀ ରାଉତରାୟ,ଅମୀୟ ରଂଜନ ବେହେରା, ପବିତ୍ର ଵାରିକ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରା ସଫଳ ହୋଇଥିବାରୁ ବିଧାୟକ ସନ୍ତୋଷ ପ୍ରକାଶ କରିଥିଲେ।

Leave a Reply

Your email address will not be published.