କଟକ ସଦର, ୧୧ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ପାରାଵିଲ୍ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଗୁଡିକୁ ଗତକାଲି (ସୋମବାର) ରାତିରେ ଅଗ୍ରଣୀ ସାମାଜିକ ସଂଗଠନ ‘ ଉତ୍କଳ ଵିକାଶ ପରିଷଦ ‘ ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ ଵହୁ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଯାଇଁ ପରିଦର୍ଶନ କରିଥିବା ଜଣାପଡିଛି।
ପ୍ରତ୍ୟେକ ପୂଜା ମଣ୍ଡପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଵେଳେ ପାରାଵିଲ୍ ଗ୍ରାମ କମିଟି ସଭାପତି ଧରଣୀଧର ବେହେରାଙ୍କ ସହିତ ଭେଟି ଗ୍ରାମର ଭଲ ମନ୍ଦ କଥା ଆଲୋଚନା କରିଥିଲେ।ସଦର ଅଞ୍ଚଳର ଯୁଵ ପ୍ରତିଭାଙ୍କର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।