ନିଶ୍ଚିନ୍ତକୋଇଲି,୧୧/୧୦/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ଜନାର୍ଦ୍ଦନପୁର ଶନିଶ୍ଚର ବଜାର କମିଟି ଓ ଶନିଶ୍ଚର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଶାରଦୀୟ ପୂଜା ଉତ୍ସବ ଓ ଭସାଣି ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ସନ୍ଧ୍ୟା ରେ ଅନୁଷ୍ଠିତ ଉତ୍ସବ ରେ ବଜାର କମିଟି ର ମେଢ କୁଶୋଭାଯାତ୍ରା ରେ ଶନିଶ୍ଚର ଘାଟ ପର୍ୟ୍ୟନ୍ତ ନିଆଯାଇଥିଲା ।
ସେଠାରେ ଆୟୋଜିତ ସମାବେଶ ରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ର ପ୍ରତିକୃତି ରେ ଅଗ୍ନି ସଂଯୋଗ କରିଥିଲେ । ଉତ୍ସବ ରେ ଜିଲ୍ଲା ପରିଷଦ ସଦସ୍ୟ ବିଳାସ ଚନ୍ଦ୍ର ଭୋଇ, ସରପଞ୍ଚ ବିଶ୍ୱଭୂଷଣ ନାୟକ, ସମିତି ସଦସ୍ୟ ରଞ୍ଜନ ବେହେରା, ବଜାର କମିଟି ଓ ସାଂସ୍କୃତିକ ପରିଷଦ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉତ୍ସବ ପରିଚାଳନା ରେ ସହାୟତା କରିଥିଲେ । ନେମାଳ ଥାନାପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।