Wednesday , May 31 2023
Home / ବିଶେଷ / ଘର ଓ ବାଇକ୍ ପୋଡ଼ିବା ସହ ପଥର ବାନ୍ଧି ମହିଳା ଙ୍କୁ କୁଆଁ ରେ ପକାଇଲେ ଦୂର୍ବୁତ, ଉଦ୍ଧାର କଲେ ଗାଁ ଲୋକେ

ଘର ଓ ବାଇକ୍ ପୋଡ଼ିବା ସହ ପଥର ବାନ୍ଧି ମହିଳା ଙ୍କୁ କୁଆଁ ରେ ପକାଇଲେ ଦୂର୍ବୁତ, ଉଦ୍ଧାର କଲେ ଗାଁ ଲୋକେ

କଳାହାଣ୍ଡି ,୧୧/୧୦/୨୦୨୨(ଓଡ଼ିଶା ସମାଚାର/ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପଲ୍ସାପଡା ଠାରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୋମତୀ ନାମ୍ନୀ ଜଣେ ମହିଳା ଙ୍କୁ ପଥର ରେ ବାନ୍ଧି କୁଆଁ ରେ ପକାଇ ଦେଇ ଥିଲେ କିଛି ଦୁବୃର୍ତ୍ତ । ପାଖରେ ଥିବା ଘର କୁ ମଧ୍ୟ ଜାଳି ଦେବା ସଙ୍ଗେ ସଙ୍ଗେ ଚିତ୍ରସେନ ମାଝୀ ଙ୍କ ବାଇକ ମଧ୍ୟ ଜାଳି ଦେଇଛନ୍ତି । ନିଆଁ ଲିଭେଇବା ପାଇଁ ଗ୍ରାମବାସୀ ମାନେ କୁଆଁ କୁ ପାଣି ଆଣିବା ପାଇଁ ଯାଇ କୁଆଁ ଭିତରେ ଜଣେ ରହିଥିବା ଦେଖି ବାକୁମିଳିଥିଲା । ଗୋମତୀ ମାଝୀ ଉକ୍ତ କୁଆଁ ରେ ପଡ଼ି ରହିଥିବା ଦେଖି ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତା ରେ ଜୟପାଟଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଠାକ୍ ଥିବା ଜଣା ପଡିଛି । ଦୁର୍ବୃତ୍ତ ମାନଙ୍କ ର ଏଭଳି ଅମାନୁସିକ କାଣ୍ଡ ଯୋଗୁଁ ଗ୍ରାମବାସୀ ତଥା ଅଞ୍ଚଳରେ ଆତଙ୍କ ର ବତା ବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.