ଖୋର୍ଦ୍ଧା, ୧୧ /୧୦/୨୦୨୨ (ଓଡ଼ିଶା ସମାଚାର/ ଦୀପକ ପ୍ରଧାନ)- ଖୋର୍ଦ୍ଧା ଜୋନର କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ସଭ୍ୟ /ସଭ୍ୟା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିରେ ୧୫ ଗୋଟି ଜୋନ ରୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନଙ୍କ ଗହଣରେ ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ,ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,ମାନ୍ୟବର ବିଧାୟକ ରଣପୁର ତଥା ନୟାଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ,ପୂର୍ବତନ ବିଧାୟକ ଜଟଣୀ ଶ୍ରୀଯୁକ୍ତ ବିଭୂତି ବଳବନ୍ତରାୟ ଓ ଯୁବ ସଂଗଠକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ ।