ପାଇକ ରେଜିମେଣ୍ଟ କରିବାକୁ ଦାବି ଜୋର ଧରିଲା
ଜୁନାଗଡ଼, ୧୧ /୧୦/୨୦୨୨ (ଓଡ଼ିଶା ସମାଚାର/ ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁଲିହାରି ଠାରେ ଭଇଁରୀଗୁଡା ପଶ୍ଚିମ ମଣ୍ଡଳ ରାଜପୁତ କ୍ଷେତ୍ରୀୟ ପାଇକ ସମାଜ ପକ୍ଷରୁ ଦଶମ ମହାସଭା ଆଜି ଉଦଘାଟିତ ହୋଇଯାଇଛି।ମହାସଭା ଉପଲକ୍ଷେ ପଶ୍ଚିମ ମଣ୍ଡଳ ପକ୍ଷରୁ ଜୁନାଗଡ଼ ସହର ଠାରେ ଆଜି ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ଜୁନାଗଡ଼ ଲାଙ୍କେଶ୍ୱରୀ ମନ୍ଦିର ଠାରୁ ବାହାରି ସଂସ୍କୃତି ଭବନ ପର୍ୟ୍ୟନ୍ତ ଯାଇଥିଲା । ପରେ କୁଲିହାରି ଠାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ମଣ୍ଡଳ ଅଭ୍ୟର୍ଥନା କମିଟିର ସଭାପତି ପରମାନନ୍ଦ ପୁଝରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ, ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କଳାହାଣ୍ଡି କୁଲାଧ୍ୟକ୍ଷ ଚନ୍ଦ୍ରଧ୍ୱଜ ପେଶନିଆ, ପୂର୍ବ କୁଳାଧ୍ୟକ୍ଷ ଗୁଣନିଧି ମାଝୀ, ପଶ୍ଚିମ ମଣ୍ଡଳ କୁଳପତି ଅର୍ଜୁନ ସିଂ ଠାକୁର, ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ ଘଡେଇ, ଖଡ଼ିଆଳ ପାଟଣା କୁଳପତି ଶମ୍ଭୁ କିଶୋର ଦଣ୍ଡସେନା, ପୂର୍ବକୁଳପତି ଜ୍ୟୋତି ପ୍ରକାଶ ବାଣୁଆ, ଲାଲୁ ପ୍ରସାଦ ଦଣ୍ଡସେନା, ଚାରୁଚନ୍ଦ୍ର ବାଣୁଆ, ଅଶ୍ୱିନୀ କୁମାର ବାଣୁଆ, ଘସିରାମ ରାଉତ, ସତ୍ୟ ନାରାୟଣ ମୁଣ୍ଡଛିନା, ଘନଶ୍ୟାମ ଗୁରୁ ପ୍ରମୁଖ ଯୋଗ ଦେଉ ଉଦବୋଧନ ଦେଇଥିଲେ । ଲକ୍ଷ୍ମୀନାରାୟଣ ବାଣୁଆ ଓ ହେମନ୍ତ କୁମାର ପ୍ରଧାନୀ ମଞ୍ଚ ପରିଚାଳନା କରିଥିବା ବେଳେ ସଦାନନ୍ଦ ଦଳପତି ଧନ୍ୟବାଦ ଆର୍ପଣ କରିଥିଲେ ।
ଜୁନାଗଡ଼ ସ୍ୱାଧୀନତା ଆଣିବାରେ କ୍ଷେତ୍ରୀୟ ବା ପାଇକ ମାନଙ୍କ ଭୂମିକା ଅତୁଳନୀୟ ଅଟେ । ଏହି ଯୋଦ୍ଧା ମାନେ ଇଂରେଜ ମାନଙ୍କ ସହିତ ଲଢେଇ କରିଥିଲେ । ସରକାର ଏହି ଯୋଦ୍ଧା ମାନଙ୍କୁ ଅଣଦେଖା କରୁଛନ୍ତି । ତେଣୁ ସରକାର ପାଇକ ରେଜିମେଣ୍ଟ କରିବାକୁ ଦାବି ନେଇ ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର