Sunday , May 28 2023
Breaking News
Home / ବିଶେଷ / କର୍କଟ ପିଡିତଙ୍କୁ ସହଯୋଗର ହାତ ବଢାଇଲା  ଟ୍ରଷ୍ଟ

କର୍କଟ ପିଡିତଙ୍କୁ ସହଯୋଗର ହାତ ବଢାଇଲା  ଟ୍ରଷ୍ଟ

କେନ୍ଦ୍ରାପଡ଼ା, ୧୧/୧୦/୨୦୨୨(ଓଡ଼ିଶା ସମାଚାର)- ଜଣେ କର୍କଟ ପିଡିତଙ୍କୁ ସହଯୋଗର ହାତ ବଢାଇଛି ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ମାଗୁରଗଣ୍ଡ ପାଟଣା ଗ୍ରାମର ଶରତ କୁମାର ସାହୁ ଦୀର୍ଘଦିନ ଧରି କର୍କଟ ରୋଗରେ ପିଡିତ ଥାଇ ଚିକିତ୍ସିିତ ହେଉଛନ୍ତି । ଏସମ୍ପର୍କରେ ଗ୍ରାମର ସ୍ୱେଛାସେବୀ ପ୍ରତାପ ମହାନ୍ତିଙ୍କ ଠାରୁ ଖବର ପାଇ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଏବଂ ସଦସ୍ୟ ଚିରଞ୍ଜନ ଦାସ ତୁରନ୍ତ ତାଙ୍କ ଅବସ୍ଥା ସମ୍ପର୍କରେ ବୁଝି କର୍କଟ ପିଡିତଙ୍କୁ ସହଯୋଗର ହାତ ବଢାଇଥିଲେ । ଏହାବ୍ୟତିତ ଆଗାମୀ ଦିନରେ ସଂପୃକ୍ତ ପିଡିତ ବ୍ୟକ୍ତିଙ୍କ ପିଲାଙ୍କୁ ପାଠପଢା ପାଇଁ ମେଧାବୃତି ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଥିଲେ । ସଂଯୋଜକ ଶ୍ରୀ ମହାନ୍ତି ବିଭିନ୍ନ ଅନୁଷ୍ଠାନ ଏବଂ ବଦାନ୍ୟ ବ୍ୟକ୍ତିମାନଙ୍କୁ ଏହି ପିଡିତ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published.