କଟକ ସଦର ୧୧ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ନିକଟରେ ତିନୋଟି ମୈ।ଳିକ ଦାଵି ଉପସ୍ଥାପନ କରିଛି ‘ କଟକ ସଦର ବିଚାର ମଞ୍ଚ’।ଦାଵି ଗୁଡିକ ହେଲା ନିର୍ବାଚନ ମଣ୍ଡଳୀରେ ଥିଵା ଵଡ ଵଡ ସେତୂ ମାନଙ୍କରେ ଆବଶ୍ୟକତା ଦୃଷ୍ଟିରୁ ଆଲୋକିକରଣ କରାଯିବା,କନ୍ଦରପୁରକୁ ‘ ମୋ ଵସ୍’ ସେଵା କଟକ ଓମପି ଛକ ଦେଇ କରାଯିବା ଏବଂ ଶଵ ସଂସ୍କାର ପୂର୍ବରୁ ଶଵ ସଂରକ୍ଷଣ ପାଇଁ ଵ୍ଲକରେ ଜନସାଧାରଣଙ୍କ ପାଇଁ ଫ୍ରିଜରର ବ୍ୟବସ୍ଥା କରିଵା।ଏହି ସଵୁ ଦାବିକୁ ବିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବିଧାୟକ ଏହାକୁ ସହୃଦୟତାର ସହିତ ଗ୍ରହଣ କରି ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।