Thursday , June 8 2023
Breaking News
Home / ବିଶେଷ / କଟକ ସଦର ଅଞ୍ଚଳର ଜଣାଶୁଣା ବିଜେଡି କର୍ମୀଙ୍କ ଦେହାନ୍ତ,ଶୋକର ଛାୟା

କଟକ ସଦର ଅଞ୍ଚଳର ଜଣାଶୁଣା ବିଜେଡି କର୍ମୀଙ୍କ ଦେହାନ୍ତ,ଶୋକର ଛାୟା

କଟକ ସଦର, ୧୧ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀର ଜଣାଶୁଣା ବରିଷ୍ଠ ବିଜେଡି କର୍ମୀ ତଥା ପ୍ରହରାଜପୁର ପଞ୍ଚାୟତର ପ୍ରଥମ ସମିତି ସଭ୍ୟ ଵାଵୁଲି ଓରଫ୍ ସୁରେନ୍ଦ୍ର ଗୋଛୟତ (୫୪) ଙ୍କର ଗତ କାଲି (ସୋମବାର) ପୂର୍ବାହ୍ନରେ ଅକାଳ ବିୟୋଗ ଘଟିଛି। ପ୍ରକାଶ ଯେ ଵାଵୁଲି ଗାଧୋଇବାକୁ ଯାଇଁ ନଳକୂପ ପାଖରେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ କଟକ ଵଡ ଡାକ୍ତରଖାନା ନିଆଯାଇଥିଲା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଵାଵୁଲି ସମାଜସେବାକୁ ଜୀଵନର ବ୍ରତ ଭାବେ ଗ୍ରହଣ କରି ସାରାଜୀବନ ଅବିବାହିତ ଥିଲେ। ଏବଂ ଝାଟିମାଟି ଚାଳ ଛପର ଘରେ ରହିଆସୁଥିଲେ।ତାଙ୍କର ଏହି ନିଃସ୍ୱାର୍ଥପର ସେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବିଧାୟକ ଚନ୍ଦ୍ର ସାରଥି ବେହେରା, ସ୍ଥାନୀୟ ପଞ୍ଚାୟତ,ଜିଲାପରିଷଦ ଯୋନ୍ ତଥା କଟକ ଜିଲାପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ପୂର୍ବତନ ସରପଂଚ ସେଖ୍ ଜାହାଙ୍ଗୀର ଅଲି,ଵିର କିଶୋର ସିଂହ, ପ୍ରାଣକୃଷ୍ଣ ପ୍ରଧାନ, ଶ୍ରମିକ ନେତା ରାଜକିଶୋର ମଲ୍ଲିକ,ସଂଗ୍ରାମ ସିଂହ, ମହମ୍ମଦ ଆସଫାକ୍,ସେକ୍ ଆସିଫ୍ ଅଲ୍ଲି,ଅଜୟ କୁମାର ସିଂହ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ବମ୍ବେରୁ ତାଙ୍କ ସାନ ଭାଇ ଓ ପୁତୁରା ଆସି ପହଞ୍ଚିବା ପରେ ସଂରକ୍ଷିତ ହୋଇଥିବା ଵାଵୁଲିଙ୍କ ଶଵ ସଂସ୍କାର ଆସନ୍ତା କାଲି (ବୁଧବାର) କରାଯିଵ ଵୋଲି ଉଦ୍ୟୋକ୍ତା ମାନଙ୍କ ଠାରୁ ଜଣାପଡିଛି। ତେଵେ ଜମିଜମା ସଂପର୍କିତ ସମସ୍ୟାର ସମାଧାନ ପାଇଁ କିଶନନଗର ତହସିଲକୁ ବାରମ୍ବାର ଦୈ।ଡି ଦୈ।ଡି ନିରାଶ ହୋଇ ଵାଵୁଲି କିଛି ଦିନ ହେଲା ମାନସିକ ବିଷାଦଗ୍ରସ୍ଥ ଥିଲେ ବୋଲି ଶୁଣାଯାଉଛି  ।

Leave a Reply

Your email address will not be published.