Monday , June 5 2023
Breaking News
Home / ବିଶେଷ / ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଯାଜପୁର, ୧୧/୧୦/୨୦୨୨(ଓଡ଼ିଶା ସମାଚାର)- ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମଙ୍ଗଳବାର ଅପରାହ୍ନରେ ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟ, ଯାଜପୁର ଠାରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଅଚ୍ଥି । ଏହି ଊପଲକ୍ଷେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ସାରା ବିଶ୍ୱରେ ଶିଶୁ କନ୍ୟା ମାନେ ଏକ ଅନାହୁତ ସମସ୍ୟାର କ୍ରମାଗତ ଭାବେ ସମ୍ମୁଖୀନ ହେଊଚ୍ଥନ୍ତି । ସେମାନଙ୍କୁ ସୁରକ୍ଷା, ସାମାଜିକ ନ୍ୟାୟ ଓ ସଚେତନତା ପ୍ରଦାନ ଦିଗରେ ସମଗ୍ର ନାରୀ ସମାଜ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । କନ୍ୟା ଭୃଣ ହତ୍ୟା, ବାଲ୍ୟ ବିବାହକୁ ରୋକିବା ଦିଗରେ ସରକାର ଏବଂ ବିଭିନ୍ନ ସ୍ୱେଚ୍ଚ୍ଥାସେବୀ ଅନୁଷ୍ଠାନ ଅନେକ ପଦକ୍ଷେପ ନେଊଚ୍ଥନ୍ତି । ଶିଶୁ କନ୍ୟା ମାନଙ୍କର ଶିକ୍ଷା, ଶାରିରୀକ ଓ ମାନସିକ ବିକାଶ ଦିଗରେ ଅନ୍ୟମାନେ ଯତ୍ନବାନ ହେବା ସହିତ ହିଂସାମୁକ୍ତ ଜୀବନ ବିତାଇବାରେ ପ୍ରତ୍ୟେକ ଶିଶୁ କନ୍ୟାଙ୍କୁ ସହାୟ ହେବା ପାଇଁ ସେ ନିବେଦନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍ା ଶିକ୍ଷାଧିକାରୀ କୃତିବାସ ବାରିକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଆକ୍ସନ ଏଡ୍ର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର କୁମାର ଦିଗାଲ , ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ମହାପାତ୍ର ଆଜିର ଦିବସର ମହନୀୟତା ଊପରେ ଆଲୋକପାତ କରିବା ସହ ଚ୍ଥାତ୍ରୀ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଚେତନ ହୋଇ ଆଗକୁ ବଢିବାକୁ ପରାମର୍ଶମାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସମସ୍ତଙ୍କୁ ସ୍ୱାଗତ କରିବା ସହ କନ୍ୟା ସୁରକ୍ଷା ଓ ସଚେତନ ଦିଗରେ ନିଆଯାଊଥିବା ପଦକ୍ଷେପ ଊପରେ ବିଶେଷ ଆଲୋଚନା କରିଥିଲେ । ଏହି ଊପଲକ୍ଷେ ବିଦ୍ୟାଳୟର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରପିଂ ଓ ସାର୍ଟିପିଂକେଟ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published.