ଯାଜପୁର ୧୧ /୧୦/୨୦୨୨ (ଓଡ଼ିଶା ସମାଚାର /ସୁରେଶ କର)- ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ,ପଂଚାୟତ ଉଚ୍ଚ ବିଦ୍ୟାଳୟ ,ରାମପୁର ପରିସରରେ ଉକ୍ତ ଦିବସ କୁ ପାଳନ କରାଯାଇଛି । ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ମାନେ ଅତ୍ୟନ୍ତ ଉତ୍ସାହ ଓ ଉଦିପନା ର ସହିତ ଉକ୍ତ ଦିବସ କୁ ପାଳନ କରିଛନ୍ତି । ଅପରାହ୍ନ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିର୍ମଳ କୁମାର ଜେନା ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା , ଅନ୍ୟ ମାନଙ୍କ ମଧ୍ୟରେ ଏସ .ଏମ .ସି ର ସଭାପତି ଶ୍ରୀଯୁକ୍ତ ଷ୍ଟାଲିନ ଜେନା ,ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ,ଗୌରୀ ପ୍ରସାଦ ସାମଲ ,ଦୁଃଶାସନ ବେହେରା ,ତରୁଣ ସାମଲ ଆଦି ନିଜ ନିଜର ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ । ସମାଜ ଗଠନ ରେ ମହିଳା ମାନଙ୍କର ଅବଦାନ ବିଷୟ ରେ ବକ୍ତା ମାନେ ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ ।
little Girls with dreams become strong women with vision କୁ ଭିତ୍ତି କରି ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଅଧିକ ରୁ ଅଧିକସଂଖ୍ୟକ ଛାତ୍ରୀ କିଭଳି ଶିକ୍ଷିତ ହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିବେ ଓ ଏକ ସୁସ୍ଥ ସମୃଦ୍ଧ ,ସଶକ୍ତ ସମାଜ ସୃଷ୍ଟି ରେ ସହାୟକ ହେବେ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ପ୍ରଧାନ ଶିକ୍ଷକ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ଶେଷରେ ଦଶମ ଶ୍ରେଣୀ ର ଛାତ୍ରୀ ଶ୍ରେୟାଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।