Sunday , May 28 2023
Breaking News
Home / ବିଶେଷ / ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ , ୧୪୮ ଗୋଟି ଅଭିଯୋଗ ପଂଜିକୃତ

ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ , ୧୪୮ ଗୋଟି ଅଭିଯୋଗ ପଂଜିକୃତ

ଯାଜପୁର, ୧୦/୧୦/୨୦୨୨(ଓଡ଼ିଶା ସମାଚାର)- ସୋମବାର ପୂର୍ବାହ୍ନରେ ଜିଲ୍ଳା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଜିଲ୍ଳାପାଳ ଚକ୍ରୱର୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରିବା ସହ କହିଲେ ଯେ, ଅଭିଯୋଗ ଏବଂ ସମସ୍ୟାର ସମାଧାନ ହେଉଚ୍ଥି ଜିଲ୍ଳା ପ୍ରଶାସନର ଅଂଶ ବିଶେଷ । ଅଭିଯୋଗ ଶୁଣାଣି ପ୍ରକି୍ରୟାର ଉଦ୍ଧେଶ୍ୟ ହେଉଚ୍ଥି ଲୋକ ମାନଙ୍କ ସମସ୍ୟା ଗୁଡିକୁ ତ୍ୱରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଚ୍ଥତା ଏବଂ ନ୍ୟାୟକୁ ଉତ୍ସାହିତ କରିବା । ପଂଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଉତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇପାରିବ ବୋଲି ସେ କହିଥିଲେ । ଏହି ଶିବିରରେ ଆବାସ ଯୋଜନା, ଭତା ପ୍ରଦାନ, ଚିକିତ୍ସା ସହାୟତା, ଜମିଜମା ସମ୍ୱନ୍ଧୀୟ, ଇତ୍ୟାଦି ସଂପର୍କରେ ଏହି ଅଭିଯୋଗ ଗୁଡିକ ପଂଜିକୃତ ହୋଇଥିଲା । ଏହି ଶୁଣାଣିରେ ମୋଟ ୧୪୮ ଗୋଟି ଅଭିଯୋଗ ମଧ୍ୟରୁ ୧୩୯ ଗୋଟି ବ୍ୟକ୍ତିଗତ, ୩୨ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିପଂ୍ ପାଂଠିରୁ ସହାୟତା ପାଇଁ ୨୬ ଗୋଟି, ସାମୁହିକ ୦୯ ଗୋଟି ଆବେଦନ ପତ୍ର ମିଳିଥିଲା । ତତକ୍ଷଣାତ୍ ୬୪ ଗୋଟି ଆବେଦନର ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ କର୍ତୃପକ୍ଷ ଅଧିକାରୀ ମାନଙ୍କ ସମାଧାନ ପାଇଁ ନିର୍ଦ୍ଧେଶ ଦିଆଗଲା । ଚଳିତ ମାସ ୧୭ ତାରିଖ ସୋମବାର ଦାନଗଦୀ ବ୍ଳକ କାର୍ଯ୍ୟାଳୟ ଠାରେ, ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ସୁକିନ୍ଦା ବ୍ଳକ କାର୍ଯ୍ୟାଳୟ ଠାରେ, ଅକ୍ଟୋବର ୩୧ ତାରିଖ ସୋମବାର ରସୁଲପୁର ବ୍ଳକ କାର୍ଯ୍ୟାଳୟ ଠାରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଳ୍ାପାଳ ଚକ୍ରୱର୍ତୀ ସିଂହ ରାଠୋର ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରାଇଚ୍ଥନ୍ତି ।
ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର., ଜିଲ୍ଳା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଳାପାଳ ଅକ୍ଷୟ କୁମାର ମଲ୍ଳ୍ିକ, ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଜିଲ୍ଳା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋମା ପୃଷ୍ଟି ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ଊପାଧ୍ୟାୟ, ଭାରପ୍ରାପ୍ତ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଓ ଜିଲ୍ଳା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published.