Saturday , June 10 2023
Breaking News
Home / ବିଶେଷ / ଭିଜିଲାନ୍ସ ଦ୍ୱାରା ଦୁଇ ସରକାରୀ କର୍ମୀ ଗିରଫ

ଭିଜିଲାନ୍ସ ଦ୍ୱାରା ଦୁଇ ସରକାରୀ କର୍ମୀ ଗିରଫ

ଯାଜପୁର, ୧୦ /୧୦/୨୦୨୨ (ଓଡ଼ିଶା ସମାଚାର/ସୁରେଶ କର)- ଯାଜପୁର ଜିଲା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜର ଅଧିକାରୀ ତାପସ ସ୍ୱାଇଁ  ଓ ସହକାରୀ କିରାଣୀ ଜିତେନ୍ଦ୍ର ସେଠୀ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ  ହୋଇଛନ୍ତି । ଏହି ଅଫିସରେ ଭଡାରେ ଲାଗିଥିବା ଏକ ଗାଡିର ବକେୟା ବିଲ କରିଦେବା ପାଇଁ  ଡ୍ରାଇଭର ଠାରୁ ନେଉଥିଲେ ଲାଞ୍ଚ । ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଉଭୟଙ୍କୁ ଧରି ଗିରଫ କରିଛି । ପରେ ପରେ  ଭୁବନେଶ୍ୱର ,ନିଆଳି ଆଦି ସ୍ଥାନରେ ଶ୍ରୀ ସ୍ୱାଇଁ ଙ୍କ ବାସଭବନରେ ତଦନ୍ତ ଚାଲିଥିବା ଜଣାପଡିଛି । ଭିଜିଲାନ୍ସ ଉଭୟଙ୍କ ଠାରୁ ୧୨୬୦୦ଟଙ୍କା ଜବତ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published.