ବରୀ, ୧୦/୧୦/୨୦୨୨(ଓଡ଼ିଶା ସମାଚାର)- ବିଶିଷ୍ଟ ପରିବେଶବିତ୍, ଆଦର୍ଶ ଶିକ୍ଷକ, ସଂଗଠକ ତଥା ସାହିତି୍ୟକ ନିରଂଜନ ମହାପାତ୍ରଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ‘ନିରଂଜନା’ର ସ୍ୱନକ୍ଷତ୍ର ଦିବସ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗଗନ ବିହାରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଅପରାହ୍ନରେ ଅଭିମନୁ୍ୟ ସାମନ୍ତସିଂହାର ଜୟନ୍ତୀ ମଣ୍ଡପ, ବାଲିଆଠାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ କର୍ଣ୍ଣଚନ୍ଦ୍ର ଘଡାଇ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ମଣ୍ଡଳ ସହ ଶିକ୍ଷାଧିକାରୀ କପିଳ ଚରଣ ସାମଲ ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ଆଦର୍ଶ ଶିକ୍ଷକତା ଜୀବନ, ପରିବେଶ ସୁରକ୍ଷା ପ୍ରତି ଥିବା ଭଲ ପାଇବା, ସାଙ୍ଗଠନିକ ଦକ୍ଷତା ଏବଂ ସାରସ୍ୱତ ସାଧନା ତାଙ୍କୁ ସ୍ମରଣୀୟ କରି ରଖିଛି ଓ ରଖିଥିବ ବୋଲି କହିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ନିରଂଜନା’ ସ୍ମରଣିକାର ସ୍ୱତନ୍ତ୍ର ସଂଖ୍ୟା ଅନାବରଣ କରାଯାଇଥିଲା ।
କାର୍ଯ୍ୟକ୍ରମ ଆୟୋଜକ ତଥା ବିଦଗ୍ଧାର ନିର୍ଦ୍ଧେଶକ ଶରତ କୁମାର ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ ଏହାକୁ କିପରି ଆଗକୁ ନିଆଯାଇପାରିବ ସେ ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ନଟବର ଜେନା, ମକର ଚରଣ ଘଡାଇ, ବଳରାମ ପଣ୍ଡା, ଅର୍ଜୁନ ଚରଣ ପ୍ରଧାନ, ଅକ୍ଷୟ କୁମାର ଘଡାଇ, ଚୈତନ୍ୟ ଚରଣ ଜେନା, ନିରଂଜନ ସାହୁ, ରବିନ୍ଦ୍ରନାଥ ମିଶ୍ର, ଅଜୟ କୁମାର ଧଳ, ସୌମ୍ୟରଂଜନ ଜେନା, ସନ୍ତୋଷ କୁମାର ରାଉତ, ଦେବାଶିଷ ପ୍ରଧାନ, ସରୋଜ କୁମାର ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗୀୟ ଅମର ଆତ୍ମା ଉଦ୍ଧେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଜଗା ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ଅଜୟ କୁମାର ଜେନା ଅନୁଷ୍ଠାନର ସ୍ଥାୟୀ ଜମା ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।