ଯାଜପୁର, ୧୦ /୧୦/୨୦୨୨ (ଓଡ଼ିଶା ସମାଚାର/ସୁରେଶ କର)- ଯାଜପୁର ଜିଲ୍ଲାରେ ବାକି ପଡିଥିବା ନଟ ଫାଇନାଲ ଅଂଚଳ କୁ ଭୁ ବନ୍ଦୋବସ୍ତ କରି ପଟ୍ଟା ପ୍ରଦାନ ଦାବି କରିଛି ଯାଜପୁର କଳିଙ୍ଗନଗର ୨୯ ମୈାଜା ଭୂମିମୁକ୍ତି କୂଷକ ମଞ୍ଚ । ଯାଜପୁର ଦାନଗଦୀ ସୁକିନ୍ଦା ତହସିଲ ଅଞ୍ଚଳ ର ୨୯ ମୈାଜାର ଜନସାଧାରଣ ଙ୍କୁ ଉପଯୁକ୍ତ ନ୍ୟାୟ ଏବଂ ସେମାନଙ୍କ ର ଭିଟାମାଟି ର ହକ୍ ପାଇଁ ଦୀର୍ଘ ବର୍ଷ ହେବ ଦାବି କରିଆସୁଛି ମଂଚ। କଳିଙ୍ଗନଗର ଶିଳ୍ପାଚଂଳ ରେ ୨୯ ଟି ମୈାଜା ର ଜମି ଜମା ବିବାଦ ତୁଟାଇବା ଲାଗି ସ୍ଥାନୀୟ ବାସୀନ୍ଦା ଦାବି କରିଆସୁଛନ୍ତି । ୯୮ ବର୍ଷ ଧରି ବିନା ବନ୍ଦୋବସ୍ତ ରେ ଜମି ମାଲିଙ୍କ ଙ୍କ ଉତ୍ତରାଧିକାରୀ ମାନେ ପଟ୍ଟା ପାଉନଥିବାରୁ ସରକାରୀ ଯୋଜନା ରୁ ବଂଚିତ ହେଉଥିବା ବେଳେ ଶିଳ୍ପାଚଂଳ ରୁ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ତୁରନ୍ତ ସ୍ଥାନୀୟ ବାସୀନ୍ଦା ଙ୍କ ଜମି ଜମା ବିବାଦ ସମାଧାନ ଲାଗି ଯାଜପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛି କଳିଙ୍ଗନଗର ୨୯ ମୈାଜା ଭୁମି ମୁକ୍ତ କୃଷକ ମଂଚ ।