ଭୁବନେଶ୍ୱର, ୧୦/୧୦/୨୦୨୨ (ଓଡ଼ିଶା ସମାଚାର)- ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ଗଣକବି ବୈଷ୍ଣବ ପାଣିଙ୍କ ୧୪୦ତମ ଜୟନ୍ତୀ ସ୍ଥାନୀୟ ପ୍ରତିମୂର୍ତିସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ସ୍ୱର୍ଗତ ପାଣି ଥିଲେ ଓଡ଼ିଶା ନାଟ୍ୟ ଜଗତର ମହାନ୍ କାଣ୍ଡାରୀ । ଏଥି ସହିତ ନିଶା ନିବାରଣ, ଓଡ଼ିଆ ଭାଷା, ସାହିତ୍ୟ, ପାଲା ସଂସ୍କୃତି ତଥା ବିଭିନ୍ନ ପୌରାଣିକ ଗ୍ରନ୍ଥକୁ ସରଳ ଭାଷାରେ ରଚନା କରି ପ୍ରତ୍ୟେକ ଘରେଘରେ ପହଂଚାଇ ପାରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରା, ସୁରେନ୍ଦ୍ର ଛୋଟରାୟ, କବି ପିତାମ୍ବର ତରାଇ, ରୋହିତ କୁମାର ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିବା ବେଳେ ସଂଯୋଜକ ନାରାୟଣ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତି୍ରପାଠୀ ଜଣାଇଛନ୍ତି ।