କେନ୍ଦ୍ରାପଡ଼ା, ୧୦/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ଛକରେ ‘ସଦଭାବନା ୟୁଥ କ୍ଲବ’ ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେଉଛି । ୨ବର୍ଷ ଧରି କରୋନା ମହାମାରୀ ଯୋଗୁଁ କଟକଣା ଭିତରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିଲା । ଚଳିତ ବର୍ଷ ଆଉ କରୋନା କଟକଣା ନଥିବାରୁ ମହାସମାରୋହରେ ସଦଭାବନା ୟୁଥ କ୍ଲବ ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି । ସୁଦୂର କଲିକତାରୁ ଆସିଥିବା କାରିଗରମାନେ ଏହି ଉପଲକ୍ଷେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ନିକଟରେ ଏକ ଅଧା ପଦ୍ମ ପାଖୁଡାରେ ମନ୍ଦିର ସଦୃଶ ତୋରଣ ପ୍ରସ୍ତୁତ କରିଛନ୍ତି ।
ଯାହା ସର୍ବାଙ୍ଗ ସୁନ୍ଦର ହେବା ସହିତ ଲୋକମାନଙ୍କୁ ବେଶ ଆକୃଷ୍ଟ କରିପାରିଛି । କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ଲକ୍ଷ୍ମୀପୂଜା ଅବସରରେ ସେଠାରେ ସପରିବାର ପହଂଚି ଏହି ତୋରଣକୁ ଫିତା କାଟି ଉଦଘାଟନ କରିଥିଲେ । ସଦଭାବନା ୟୁଥ କ୍ଲବର ସମସ୍ତ ସଦସ୍ୟ ଏବଂ ଉପଦେଷ୍ଟାମାନେ ଶାନ୍ତିଶୃଙ୍ଖଳାର ସହିତ ଚଳିତ ବର୍ଷର ମା’ଲକ୍ଷ୍ମୀଙ୍କ ପୂଜାକୁ ପାଳନ କରିବାକୁ ସମସ୍ତ ପ୍ରୟାସ କରିଥିବା କହିଛନ୍ତି ।