କେନ୍ଦ୍ରାପଡ଼ା,୧୦/୧୦/୨୦୨୨(ଓଡ଼ିଶା ସମାଚାର)- ସାରା ବିଶ୍ୱରେ ପୟଗମ୍ବର ମହମ୍ମଦଙ୍କ ଜୟନ୍ତୀ ପାଳନ ହେଉଥିବା ବେଳେ ଭାଇଚାରାର ସହର କେନ୍ଦ୍ରାପଡାରେ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ପ୍ରବଳ ଆନନ୍ଦ ଓ ଉଦ୍ଧିପନା ଭିତରେ ମହାପୁରୁଷ ହଜରତ୍ ସଲାହୋ ଓ ସଲମଙ୍କ ଜୟନ୍ତୀ ମହାସମାରୋହରେ କେନ୍ଦ୍ରାପଡା ସହରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ଜସନେ-ଇଦ- ମିଲାଦୁନ ନବି କମିଟି ସଂଯୋଜନାରେ ୧୦ହଜାରରୁ ଉର୍ଦ୍ଧ ମୁସଲମାନ ଭାଇମାନଙ୍କର ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡା ହାଇସ୍କୁଲ ଛକଠାରୁ ବାହାରି କେନ୍ଦ୍ରାପଡା ସହରର ମୁଖ୍ୟ ରାସ୍ତାଦେଇ ସହର ପରିକ୍ରମା କରିବାପରେ ନୂଆ ଇଦଘା ପଡିଆଠାରେ ପହଂଚିଥିଲା । ଏଥିରେ କୋଡିଏଟିରୁ ଅଧିକ ବସ୍ତି ବା କମିଟିର ଲୋକ ଭାଗ ନେଇଥିଲେ । କେନ୍ଦ୍ରାପଡାର ଦାଉଦପୁର, ନାଗେଶ୍ୱରପୁର, ଦୁହୁରିଆ, ଗରାପୁର, ରଣପଡା, ଜୟୀପୁରା, କୁମାରିଆ, ଦିଲାରପୁର, ଏମ୍ମାମବାଡା, ବଡହାଟ, ଇଦଗା ମହଲା, କୋରେଶି ମହଲା, ମନକରପୁର, ଖଡିଅଙ୍ଗ, କଜଳା, ପୋଷ୍ଟଅଫିସ ଲେନ, କନିଆଜୋର ଏବଂ ଅନ୍ୟକମିଟି ତିନି ବସ୍ତିର ଲୋକ ଅଂଶଗ୍ରହଣ କରିଥିଲେ । ବଡହାଟ ଛକରେ ନଗରପାଳ ସରିତା ସାହୁ ଶୋଭାଯାତ୍ରାକୁ ସ୍ୱାଗତ କରିବା ସହ ଥଣ୍ଡାପାଣି, କୋଲଡଡ୍ରିଙ୍କସ ପ୍ରଭୃତି ଦେଇଥିଲେ । ଶୋଭାଯାତ୍ରାକାରୀମାନେ ଶାନ୍ତି ଶୃଙ୍ଖଳାରସହ ଧାର୍ମିକଭାବନାରେ ମସଗୁଲ ହୋଇଯାଇଥିବାର ଦେଖାଯାଇଥିଲା । ଶେଷରେ ନୂଆ ଇଦଘା ପଡିଆରେ ଇଦ୍-ମିଲାଦୁନନବି କମିଟିର ସଭାପତି ସେକ୍ ତଜମୁଲ ହୋସେନଙ୍କର ସଭାପତିତ୍ୱରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଏମ୍ମାମବାଡା ମସଜିଦର ଇମାମ ହାଜି ହାଫିଜ କମାଲୁଦ୍ଧିନ ହବିିବି ଓ ଜୁମା ମସଜିଦର ଏମ୍ମାମ ସାହାବ୍ ଓ ମୌଲାନା ସୋଲମ ମହମ୍ମଦ ମୌଲାମ ମହମ୍ମଦ ଓ ଅନ୍ୟ ମୌଲାନା ସାୟର ମାନେ ହଜରତ ମହମ୍ମଦଙ୍କ ଜୀବନିି ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ।
ମୌଲାନାମାନେ ହଜରତଙ୍କ ବାଣୀ ବିଷୟରେ ଲୋକମାନଙ୍କୁ ବୁଝାଇ ହଜରତ୍ ମହମ୍ମଦଙ୍କ ଆଦର୍ଶରେ ଲୋକଙ୍କୁ ଚାଲିବାପାଇଁ କହିଥିଲେ ।ଏହି ଉତ୍ସବ ଉପଲକ୍ଷେ କେନ୍ଦ୍ରାପଡା ସହରର ବିଭିନ୍ନ ତୋରଣ, ଗେଟ ଓ ଲାଇଟ୍ ସହରର ମୁଖରିତ ହୋଇଥିଲା ଏବଂ ଶେଷରେ ଇଦଘା ପଡିଆଠାରେ ଧର୍ମ ସଭାରେ ସଲାତୋ ସଲାମ ପରେ ଦୁଆ ହୋଇ ସିରଣିି ବଂଟା ଯାଇଥିଲା ।ଏହି ଧାର୍ମିକ ଶୋଭାଯାତ୍ରାକୁ ସୟଦ ଜୁ୍ର୍ ଉଦ୍ଧିନ, ହାଜି ସୟଦ ଅହେସନ ଅଲ୍ଲି, ହାଜି ଫାରୁକ, ଗୟାସୁଦ୍ଧିନ ଖାନ, ମୁକ୍ତାର ଖାଁ, ସେକ୍ ଇନାୟତ(ଚନ୍ଦନ), ସେକ ଗୋଫ୍ରାନ, ସୌକତ ଖାଁ, ଏଜାଜ ଖାଁ ପ୍ରମୁଖ ପରିଚାଳନା କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସଏ, ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ରାଜେଶ ପଣ୍ଡା, ହିରଣ୍ୟ ପଣ୍ଡା, ହିପଜୁର ରହେମାନ, ସତ୍ୟପ୍ରକାଶ ବେହେରା, ନଗରପାଳ ସରିତା ସାହୁ, ବିଜେପି ନେତା ମହମ୍ମଦ ସଲିମ ଖାନ, ଇଂ ମୂରଲୀଧର ସେଠୀ, ଛାତ୍ରନେତା ପ୍ରଦିପ ସାହୁ, ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ମୁସଲମାନ ଭାଇମାନଙ୍କୁ ସ୍ୱାଗତ କରିଥିଲେ ।