ଜୁନାଗଡ଼, ୧୦ /୧୦/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ )-ସ୍ଥାନୀୟ ସଂସ୍କୃତି ଭବନ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜନ୍ମଜୟନ୍ତୀ ଓ ଉତ୍କଳମଣି ସେବାସଂସ୍ଥା ର ୧୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସଂସ୍ଥା ର ସଭାପତି କୈଳାସ ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଜୟନ୍ତ ଜେନା ଓ ବିବରଣୀ ପାଠ କରିଥିଲେ ଉଦ୍ଧବ ଚରଣ ସାହୁ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଳା ହାଣ୍ଡି ବିଶ୍ୱବିଦ୍ୟାଳୟର ଉପ କୁଳପତି ଡ ସଞ୍ଜୟ କୁମାର ସଥପଥୀ , ଅନ୍ୟତମ ଅତିଥିଭାବେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଡ ସଦାନନ୍ଦ ପାଣିଗ୍ରାହୀ, ଜୁନାଗଡ଼ ବିଡ଼ିଓ ଦୁଲରାମ ମାରାଣ୍ଡି, ଆଡଭୋକେଟ କୃପାସିନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୁଣ୍ୟାତ୍ମାଙ୍କ ସୃତିଚାରଣ କରିବା ସହ ତାଙ୍କ ସେବା କାର୍ଯ୍ୟ ଓ ଆଦର୍ଶରେ ସମାଜ ପରିଚାଳିତ ହେବାକୁ ଆହ୍ୱାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସେବା କାର୍ଯ୍ୟପାଇଁ ଡ଼ ସଦାନନ୍ଦ ପାଣିଗ୍ରାହୀ ଓ କୃପାସିନ୍ଧୁ ପଣ୍ଡାଙ୍କୁ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଅନୁଷ୍ଠିତ ବିଭିନ ପ୍ରତିଯୋଗିତା ରେ ୬୦ ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରା ଯିବା ସହ ୧୫ ଜଣ ଙ୍କୁ ଶିକ୍ଷ୍ୟ।ଗତ ଓ ଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ଶାନ୍ତୁନୁ କୁମାର ମେହେର ପରିଚାଳନା କରିଥିବାବେଳେ ସୁଧୀର ମେହେର ସଂଯୋଜନା କରିଥିଲେ। ସ୍ବେଛାସେବୀ ଅଶୋକ ସାହୁ,ନବଘନ ସାହୁ,ନିରଞ୍ଜନ ସାହାଣୀ,ସୁରେଶ ବେହେରା,ଦାମୋଦର ବେହେରା,ମଧୁସୂଦନ ପଣ୍ଡା,ଭଗବାନ ସାହୁ,ଶ୍ୟାମସୁନ୍ଦର ସାହୁ , ବିଜୟ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିବାବେଳେ ଅଜୟ ଦାସ ଧନ୍ୟବାଦ ଦେଇଥିଲେ।