Friday , December 9 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ୭ମ ଭୁବନେଶ୍ବର ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର ଆରମ୍ଭ

୭ମ ଭୁବନେଶ୍ବର ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର ଆରମ୍ଭ

ଭୁବନେଶ୍ୱର, ୦୯ /୧୦/୨୦୨୨ (ଓଡ଼ିଶା ସମାଚାର)- ଆରମ୍ଭ ହୋଇଛି ୭ମ ଭୁବନେଶ୍ବର ଅନ୍ତର୍ଜାନ୍ତର୍ଜାତୀୟ ଟ୍ରେଡ୍ ଫେୟାର। ଏହାକୁ ରାଜ୍ୟ ସଭା ସାଂସଦ ସୁଲତା ଦେଓ, ପଦ୍ମଭୂଷଣ ସୁଦର୍ଶନ ସାହୁ ଏବଂ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉଦଘାଟନ କରିଥିଲେ। ଏହି ଟ୍ରେଡ ଫେୟାର ଚଳିତମାସ ୧୮ ଯାଏ ଚାଲିବ। ଏହା ଦିନ ଦୁଇଟା ତିରିଶ ମିନିଟରୁ ଆରମ୍ଭ ହୋଇ ସଂଧ୍ୟା ୧୦ଟା ଯାଏ ଖୋଲାରହିବ। ଏଥିରେ ବିଭିନ୍ନ କ୍ଷେତ୍ରର ବି-ଟୁ-ବି ଏବଂ ବି-ଟୁ-ସି ଉତ୍ପାଦର ପ୍ରଦର୍ଶନୀ ଲାଗିବ। ଏଥିରେ ୨୦ଟି ରାଜ୍ୟ ଏବଂ ୭ଟି ଦେଶର ପ୍ରତିନିଧିମାନେ ନିଜ ଉତ୍ପାଦର ସମ୍ଭାରର ପ୍ରଦର୍ଶନ କରୁଛନ୍ତି। ଏଥୁରେ ରିଏଲ ଇଷ୍ଟେଟ, ହୋମ ଡେକର, ବ୍ୟାଙ୍କିଙ୍କି, ଆସବାବ ପତ୍ର, ନିର୍ମାଣ ଶିଳ୍ପ, ଅଟୋମୋବାଇଲ୍, କାର୍ପେଟ, ପେଟିଂ, ଫ୍ୟାସନେବଲଜୁଏଲାରୀ, ହୋମ ଇଂଟେରିୟର, ବୁଟିକ୍ ଏବଂ ପ୍ରସାଧନ ସାମଗ୍ରୀ, କିଚେନ୍ ଉପକରଣ, ଥାଇଲାଣ୍ଡର ଫୁଲ ଏବଂ ପୋଷାକପତ୍ର, ପାକିସ୍ତାନ ଏବଂ ରାଜସ୍ଥାନର ମାର୍ବଲ, ଆଫଗାନିସ୍ଥାନର ଡ୍ରାଏ ଫୁଟ, ପୁରୁଷ ଏବଂ ମହିଳା ପୋଷାକ ସହ ୩୫୦୦୦ ପ୍ରକାରର ଜାତୀୟ ଏବଂ ଅନ୍ତର୍ଜାତୀୟ ମାନର ଉତ୍ପାଦ ମିଳିବ। ଏହି କାର୍ୟ୍ୟକ୍ରମର ଆୟୋଜକ ଗୁପ୍ତା ଇଭେଂଟ ମ୍ୟାନେଜ ମେଂଟ ପ୍ରାଇଭେଟ ଲିମିଟେଡ। ସୁଜିତ୍ ଗୁପ୍ତା ଏବଂ ପାୟଲ ଆଚାର୍ୟ୍ୟ ଗୁପ୍ତାଙ୍କ ଦ୍ବାରା ଏହା ପରିଚାଳିତ। ଖାଉଟିମାନଙ୍କୁ ଗୋଟିଏ ଭିନ୍ନଧରଣର ବ୍ୟବସାୟିକ ପ୍ଲାଟଫର୍ମ ଯୋଗାଇଦେବା। ଏହି ୧୧ ଦିନର କାର୍ୟ୍ୟକ୍ରମରେ ପାଖାପାଖ୍ଖ ୩ ଲକ୍ଷ ଲୋକ ଯୋଗ ଦେଇ ଗୋଟିଏ ସ୍ଥାନରେ ବିଭିନ୍ନ ଉତ୍ପାଦକୁ ଦେଖିବା ଅନୁଭବ କରିବା ଏବଂ କିଣାକିଣି କରିବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published.