କଟକ ସଦର, ୦୯ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଵ୍ଲକ ମହିଳା ଵିଜୁ ଜନତା ଦଳ ସଭାପତି ହେଲେ ଆମଣ ପଞ୍ଚାୟତର ପୂର୍ଵତନ ସମିତି ସଭ୍ୟା ଶୁଭାଷିନୀ ସେଠୀ। ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ସୁପାରିଶ ଅନୁସାରେ ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଶ୍ରୀମତୀ ସେଠୀଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏଥିସହିତ କଟକ ଜିଲ୍ଲା ମହିଳା ଵିଜେଡି ଉପସଭାପତି ଭାବେ ଏହି ଵ୍ଲକ ୫ ନମ୍ବର ଯୋନର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଝିନୁ ବେହେରା ଓ କିଶନନଗର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ଇଲାଵତୀ ବିଷୋୟୀ ଙ୍କୁ ନିଯୁକ୍ତି ମିଳିଛି। ସୂଚନାଯୋଗ୍ୟ ଯେ ଗତ ପଞ୍ଚାୟତ ସମିତି ନିର୍ବାଚନରେ ଵିଧାୟକ ଚନ୍ଦ୍ର ସାରଥି ଙ୍କ ମନୋନୀତ ପ୍ରାର୍ଥୀଙ୍କ ବିରୁଦ୍ଧରେ ଵିଜେପି ସମର୍ଥନରେ ଶ୍ରୀମତୀ ସେଠୀ ପ୍ରାର୍ଥୀ ହୋଇ ହାରିଥିଲେ। ପରବର୍ତ୍ତୀ ସମୟରେ ଵିଜେଡି ସମର୍ଥନରେ ଜିତିଥିଵା ପଞ୍ଚାୟତ ସମିତି ଅଧ୍ୟକ୍ଷା ଵିଜେପିକୁ ଚାଲିଯିବା ଏବଂ ଶ୍ରୀମତୀ ସେଠୀ ଵିଜେଡିକୁ ଆସିବା ଚର୍ଚ୍ଚାର ଵିଷୟ ହୋଇଥିଲା। ସେହିପରି ପୂର୍ବରୁ ସଭାପତି ଥିବା ଉରାଳି ପଞ୍ଚାୟତର ପୂର୍ବତନ ସରପଂଚ କବିତା ଦାସ ଚଳିତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ସଭ୍ୟା ଭାଵେ ଲଢ଼ିବାକୁ ଦଳୀୟ ବିଜେଡି ଟିକେଟ ନପାଇବାରୁ ଦଳରୁ ଇସ୍ତଫା ଦେଇଥିଲେ।