ସାଲେପୁର, ୦୮ /୧୦/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- ଦୁଇବର୍ଷ ପରେ ଜନସାଧାରଣ ଦେଖିବାକୁ ପାଇଲେ ଦଶହରା ଭସାଣି ଉତ୍ସବ । ପୂର୍ବରୁ ଦୁର୍ଗା ଙ୍କ ମୂର୍ତ୍ତିଗୁଡ଼ିକ ବିସର୍ଜନ ହୋଇ ସାରିଛି । ଶିବ ପାର୍ବତୀ, ଅନ୍ନପୂର୍ଣା, ନୃସିଂହନାଥ, ଲକ୍ଷ୍ମୀନାରାୟଣ, ରାମଲକ୍ଷ୍ମଣସୀତା, ହନୁମାନ, ପୁତନା, ଯମଦଣ୍ଡ ଆଦି ଆହୁରି ଅଧିକ ମୂର୍ତ୍ତି ପୂଜା ପାଇଥିଲେ । ଦଶହରା ପରଦିନ ମା ଦୁର୍ଗା ଙ୍କୁ ସୁସଜିତ ଭାବେ ପାଣିରେ ବିସର୍ଜନ କରାଯାଇ ଥିଲା । ଅନ୍ୟ ମେଢ଼ଗୁଡିକର ଆଜି ଭସାଣିଅନୁଷ୍ଠିତ ହୋଇଛି ।
ଢୋଲ ପଂଜାବୀ, ସିଙ୍ଗବାଜା ସହ ମିଉଜିକ ପାର୍ଟି କିଏ ଡିଜେ ବଜେଇ ଆୟୋଜନ କରିଥିଲେ । କିନ୍ତୁ ସାଲେପୁର ବଜାର ଉପରେ ଦେଖିବାକୁ ମିଳିଥିଲା ଝିଅଙ୍କ ଟ୍ରାକ୍ଟର ଉପରେ ନଗ୍ନଡ୍ୟାନ୍ସ । ତଥାପି ଦୁଇବର୍ଷ ପରେ ଭସାଣି ହେଉଥିବା ବେଳେ ବହୁଲୋକ ସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳାରେ ମୂର୍ତ୍ତି ଗୁଡିକ କେନ୍ଦ୍ରାପଡ଼ାକେନାଲ ରେ ଯାଇ ବିସର୍ଜନ ହୋଇଥିଲେ । ସାଲେପୁର ମାର୍କେଟ ଯେହେତୁ ଜନଗହଳି ବଜାର , କେନ୍ଦ୍ରାପଡ଼ା ମୁଖ୍ୟ ରାସ୍ତା ଉପରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପୋଲିସ ପ୍ରଶାସନ ଠିକ ଭାବେ ଶୃଙ୍ଖଳା ରକ୍ଷା କରିଥିଲେ ।