କଳାହାଣ୍ଡି,୯/୧୦/୨୦୨୨ (ଓଡ଼ିଶା ସମାଚାର/ସଂଜୟ ସିଂହ)- ଅସହାୟ ଗରିବ ଲୋକମାନଙ୍କ ପାଇଁ ରାଜ୍ୟ ସରକାର,କରିଛନ୍ତି ଯୋଜନା ଉପରେ ଯୋଜନା । ଗାଁ ଗାଁ ରୁ ସହର ପର୍ୟ୍ୟନ୍ତ ଲଗାଇଛନ୍ତି ବଡ ବଡ ହୋଡ଼ିଂ ଏବଂ ପ୍ରଚାର ପ୍ରସାର ଉପରେ କରୁଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚ । ବିଏସକେ କାର୍ଡ ଥିଲେ ରୋଗିଣୀ ଦୁଃଖିନୀ ଙ୍କ ପାଇଁ ଦଶ ଲକ୍ଷ୍ୟ ଟଙ୍କା ପ୍ରର୍ଯ୍ୟନ୍ତ ଚିକିତ୍ସା ଯୋଗାଦେବା ପାଇଁ ଘୋଷଣା କରୁଛନ୍ତି । ହେଲେ ଏଇଠି ଦେଖିବାକୁ ମିଳୁଛି କିଛି ଓଲଟା ଚିତ୍ର । କଳାହାଣ୍ଡି ଜିଲ୍ଲା ଦୁର୍ଗମ ଗ୍ରାମାଞ୍ଚଳ ଥୁଆମୂଲ୍ ରାମପୁର ବ୍ଲକ ଥୁଆମୁଲ ପଂଚାୟତ ଅନ୍ତର୍ଗତ କରାଙ୍ଗ ଗ୍ରାମର ରାଜେନ୍ଦ୍ର ମାଝୀ । ବୟସ ୩୪ ବର୍ଷ । ପରିବାର କହିଲେ ସ୍ତ୍ରୀ ପିଲାଛୁଆ । ସେ ଜଣେ ଦି ନ ମଜୁରୀଆ କାମ ମିଳିଲେ ପରିବାର ଚଲେ । ନହେଲେ ଭଗବାନ ହିଁ ଭରଷା । କାମ ନ ମିଲିବାରୁ ଜଙ୍ଗଲ କୁ କାଠ ଆଣିବାକୁ ଯାଇଥିଲେ । କାଠ ବିକି କିଛି ପଇସା ମିଳିଲେ ପରିବାର ପାଇଁ ଲୁଣ ତେଲ କିଣି ଆଣିବି ବୋଲି ଜଙ୍ଗଲ ଯାଇ ଥିଲେ ।
କାଠ ମଧ୍ୟ ହାଣିଲେ ହେଲେ କାଠ ବୋହି ଆସୁଥିବା ସମୟରେ ବିଧାତା ର ଖେଳ କିଛି ଏମିତି ଥିଲା । ପୂର୍ବରୁ କିଏ ଅଧା ହାଣି ଛାଡ଼ି ଦେଇଥିବା ଗଛ ହଠାତ୍ ତାଙ୍କ ଉପରେ ପଡିଯିବାରୁ ତାଙ୍କ ଅଣ୍ଟା ହାଡ଼ ଖସିପଡିଲା । ଏ ଘଟଣା ହେଉଛି ପ୍ରାୟ ଦେଢ଼ ବର୍ଷ ତଳର । ସେବେଠାରୁ ସେ ଶଯ୍ୟାଶାୟୀ । ସେ ଭାବନିପାଟଣା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସିତ ହେଉଛନ୍ତି । ଡାକ୍ତର ତାଙ୍କୁ ବାହାର କୁ ନେଇଯାଅବୋଲି କହୁଛନ୍ତି । ହେଲେ ସେ ଜଣେ ଦିନ ମଜୁରୀଆ ଗରିବ ଅସହାୟ ହୋଇଥବାରୁ ତାଙ୍କ ପାଖରେ ଅର୍ଥ ସାଜିଛି ବାଧକ । ଗଣମାଧ୍ୟମର କିଛି ପ୍ରତିନିଧି ସ୍ଥାନୀୟ ଲାଞ୍ଜିଗଡ.ବିଧାୟକ ପ୍ରଦପ ଦିଶାରି ଙ୍କୁ ଫୋନରେ ଯୋଗା ଯୋଗ କରିବାରୁ ମୁଁ ମିଟିଂରେ ଅଛି କହି ଫୋନ୍ କାଟି ଦେଇଥିଲେ। ତା ପରେ ସିଡିଏମଓ ଙ୍କୁ ଜଣାଇଥିଲେ । ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସରକାର କି ପ୍ରକାର କେମିତି ସାହାଯ୍ୟ ସହଯୋଗ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଓଡ଼ିଶା ସମାଚାର