Wednesday , May 31 2023
Breaking News
Home / ବିଶେଷ / ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ 

ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ 

ଗରଦପୁର, ୦୯/୧୦/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ତେଣ୍ଡାକୁଡ଼ା ଅଂଚଳରେ ଆଜି ଆନନ୍ଦ ଉଲ୍ଲାସରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗତକାଲି ଠାରୁ  ନିଜ ନିଜ ଘରକୁ ଓ  ମସଜିଦ କୁ ଆଲୋକମାଳାରେ ସୁସଜିତ କରାଯାଇଥିଲା । ମସଜିଦ ନିକଟରେ ଓ ତେଣ୍ଡାକୁଡ଼ା – ବିଲହାଟ ମୁଖ୍ୟ ରାସ୍ତାରେ ଏକ ସୁଦୃଶ୍ୟ ତୋରଣ ନିର୍ମାଣ କରାଯାଇଥିଲା  । ଶନିବାର ମସଜିଦ ରେ ସାମୁହିକ ପ୍ରାର୍ଥନା , ମହମ୍ମଦଙ୍କ ଜୀବନୀ ଓ ଧର୍ମ ଶିକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ରବିବାର ସକାଳେ ତେଣ୍ଡାକୁଡ଼ା ହବିବି ମସଜିଦ ରୁ ମୌଲାନା ସଜାଦ,ମୌଲାନା ରିଆଜ, ମୌଲାନା ଅଲ୍ଲୀ ହୋସେନ୍ , କାରି ସାହାବ୍, ସେଖ୍ ଖାଲିଦ ହୋସେନ୍,ମିର ଗୋଲାମ ଜିଲାନୀ, ସେକ୍ ରିଆସତ୍ ଅଲ୍ଲୀ,ସେକ୍ ୟାୱର ହୋସେନ୍,  ମିର ତଇମୁର ଅଲୀ, ସୟଦ ଫରକୁନ୍ ଅକ୍ତର, ଫାରୁକ୍ ଅକ୍ତର, ସୟଦ ଜମିଲ ଅକ୍ତର, ସୟଦ ତନୱର ଇସଲାମ ଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ଏକ ବିଶାଳ ଶୋଭାଯାତ୍ରାରେ ଜୁଲୁସ୍ ବହାରିଥିଲା । ବିଲହାଟ ଦେଇ ମହମ୍ମଦପୁର ଓ ଚାଟରା ଯାଇଥିଲା । ଚାଟରାସେଠାରେ ପୂଜାର୍ଚ୍ଚନା କରାଯିବା ପରେ ସମସ୍ତେ ଏକତ୍ରିତହୋଇ ଏକ ବିରାଟ ଶୋଭାଯାତ୍ରାରେ ବିଲହାଟ, ତେଣ୍ଡାକୁଡ଼ା ଦେଇ ନଇନପୁର ପର୍ଯ୍ୟନ୍ତ ଯାଇ ପୁଣି ତେଣ୍ଡାକୁଡ଼ା ଜାମିଆ ହବିବିଆ ମଦ୍ରାସା ରେ ପହଂଚିବା ପରେ ସେଠାରେ ସମସ୍ତେ ଏକାଠି ହୋଇ ପ୍ରାର୍ଥନା କରିଥିଲେ ଓ ସେଠାରେ ମିଠା ବଂଟନ କରାଯାଇଥିଲା । ବିଶ୍ୱ ଶାନ୍ତି ର ଦିବସ ଭାବେ ଏହି ଦିବସ ଟିକୁ ପାଳନ କରାଯାଇଥିଲା । ଏହି ଜୁଲୁସ ଶୋଭାଯାତ୍ରାରେ ସ୍ଥାନୀୟ ତେଣ୍ଡାକୁଡ଼ା ପଂଚାୟତର ସରପଂଚ ମାନସ କୁମାର ରାଉତ, ପ୍ରତାପ କୁମାର ଦାଶ, ରାଧାମାଧବ ସାହୁ ପ୍ରମୁଖ ସାମିଲ ହୋଇ ଉତ୍ସାହିତ କରିଥିଲେ । କୁଦାନଗରୀ ଫାଣ୍ଡି ଅଧିକାରୀ  ଅଜୟ ସୁନ୍ଦରାୟ ଜୁଲୁସ୍ କୁ ସୁରକ୍ଷା ଦେଇଥିଲେ ।  ମହାମାରୀ କରୋନା ଯୋଗୁ ବିଗତ ଦୁଇ ବର୍ଷ ହେଲା ଜୁଲୁସ ଶୋଭାଯାତ୍ରା ହୋଇପାରିନଥିଲା । ଚଳିତ ବର୍ଷ କୋଭିଡ଼ କଟକଣାନଥିବାରୁ ଆନନ୍ଦ ଉଲ୍ଲାସରେ ଜୁଲୁସ ଶୋଭାଯାତ୍ରା କରାଯାଇଥିଲା ।

Leave a Reply

Your email address will not be published.