Saturday , June 10 2023
Breaking News
Home / ବିଶେଷ / ମହମ୍ମଦଙ୍କ ଜୟନ୍ତୀ ପାଳିତ

ମହମ୍ମଦଙ୍କ ଜୟନ୍ତୀ ପାଳିତ

ଟାଙ୍ଗି,୦୯ /୧୦/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ପଂଚାୟତ ଖଜୁରୀପଡା ମୁସଲିମ ସାହିରେ ବହୁ ଆଡମ୍ବରରେ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି।ସମସ୍ତ ମୁସଲିମ ଭାଇମାନେ ଆଜି ଭଳି ପବିତ୍ର ଦିନରେ ସକାଳୁ ସକାଳୁ ସ୍ନାନ ସାରି ନୂଆ ବସ୍ତ୍ର ପରିଧାନ କରି ମସଜିଦରେ ନମାଜ ପାଠ କରିଥିଲେ। ପରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ମୁସଲିମ ଭାଇମାନେ ନଗର ପରିକ୍ରମା କରି ସ୍ଳୋଗାନ ଦେଇ ମିଷ୍ଟାନ୍ନ ଖାଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମସଜିଦ ଗୁରୁ ମୌଲାନା ଅମାନୁଲୁକ୍ ହକ୍ ଓ ମୌଲାନା ଫିରୋଜଙ୍କ କହିବା କଥା ଆମେ ମହମ୍ମଦଙ୍କ ଜୟନ୍ତୀ ୧୪୪୪ ମସିହାରୁ ପାଳନ କରି ଆସୁଛୁ। ସଭାପତି ହାଜି କମାଲୁଦ୍ଧିନ ସାହା, ଉପ ସଭାପତି ହାସନ ସାହା, ସଂପାଦକ ଜାକିର ସାହା ଓ ପଂଚାୟତ ସଭାପତି ସାହାବୁଦ୍ଧିନ ଖାନଙ୍କ ନେତୃତ୍ବରେ ସମସ୍ତ କାର୍ୟ୍ୟ ଶାନ୍ତି ଶ୍ରୁଂଖଳାରେ କରାଯାଇଥିଲା। ନିରାକାରପୁର ସାମ୍ବାଦିକ ସଂଘ ଓ ନିରାକାରପୁର ପୋଲିସ ସହଯୋଗ କରିଥିବାରୁ ଗ୍ରାମବାସୀ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published.