ଭୁବନେଶ୍ୱର, ୦୯ /୧୦/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟର ବିଭିନ୍ନ ନିଗମ ଓ ବୋର୍ଡ ଅଧ୍ୟକ୍ଷ / ପରମର୍ଶଦାତା ନିଯୁକ୍ତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। । ଲେନିନ ମାହାନ୍ତିଙ୍କୁ ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ (ଓଟିଡିସି ) ଅଧ୍ୟକ୍ଷ ଦାୟିତ୍ବ ମିଳିଛି। କସ୍ତୁରୀ ମହାପାତ୍ରଙ୍କୁ ଲେନିନ ମହାନ୍ତିଙ୍କ ସ୍ଥାନରେ ଉତ୍କଳ ପ୍ରସଙ୍ଗ,ଓଡ଼ିଶା ରିଭ୍ୟୁ ସମ୍ପାଦକ ପଦବୀ ମିଳିଛି ।କୁନା ତ୍ରିପାଠୀଙ୍କୁ ଓଏଫଡିସି ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିବାବେଳେ କଳିକେଶ ସିଂଦେଓଙ୍କୁ ହାଉସିଂ ବୋର୍ଡ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ସେହିପରି ପ୍ରଭାତ ମିଶ୍ରଙ୍କୁ ଏପିକଲର ଅଧ୍ୟକ୍ଷ , ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ଚିନ୍ମୟ ସାହୁଙ୍କୁ ଓଏସଆଇସି ଅଧ୍ୟକ୍ଷ ଦାୟିତ୍ବ ଦାୟିତ୍ୱ ମିଳିଥିବାବେଳେ ମିନତି ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଦାୟିତ୍ବ ମିଳିଛି। ବିଜୟ ନାୟକଙ୍କୁ ଓଡ଼ିଶା ବିହନ ନିଗମରେ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଛି।
ଶ୍ରୀମୟୀ ମିଶ୍ରଙ୍କୁ ଓଡ଼ିଶା ଷ୍ଟେଟ ବିଲ୍ଡିଂ ଆଣ୍ଡ କନଷ୍ଟ୍ରକସନ ୱାର୍କରର୍ସ, ଡି ବିଶ୍ବନାଥଙ୍କୁ ଓଆରଏଚଡିସି, ଅମରେଶ ପତ୍ରିଙ୍କୁ ଉଠାଜଳ ସେଚନ, ସଂଗ୍ରାମ ପାଇକରାୟଙ୍କୁ ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ଏବଂ ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ବୋର୍ଡରେ ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଛି।ସେହିପରି ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡରେ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିବା ବେଳେ ସନ୍ତୋଷ ବେଜ୍ ଙ୍କୁ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନରେ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ଡ. ପ୍ରଦୀପ ମାଝୀଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଦାୟିତ୍ବ ଦିଆଯାଇଛି। ସେହିପରି ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ରଘୁନାଥ ନାଇଡୁ ହୋଇଛନ୍ତି। ଡ. ରାମଚନ୍ଦ୍ର ପଣ୍ଡା କୃଷି ଓ କୃଷକ ସଶକ୍ତକରଣ ବିଭାଗ ଉପଦେଷ୍ଟା ହୋଇଛନ୍ତି। ଅନୁଭବ ପଟ୍ଟନାୟକ ଇ ଆଣ୍ଡ ଆଇଟି ବିଭାଗ ଉପଦେଷ୍ଟା ଦାୟିତ୍ବ ମିଳିଛି। ସୁଧୀର ଦାସ, ନିବେଦିତା ନାୟକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଦାୟିତ୍ବ ଦିଆଯାଇଛି। ଡ. ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତା ବସ୍ତିଆଙ୍କୁ ମିଶନ ଶକ୍ତି ଉପଦେଷ୍ଟା ଦାୟିତ୍ବ ଦିଆଯାଇଛି। ସେହପରି, ଯୋଜନା ବୋର୍ଡ ସଦସ୍ୟ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟ, ଡ. ପ୍ରସନ୍ନ ପାଟ୍ଟଶାଣୀ ଓ ସାଧୁ ନେପାକ ହୋଇଛନ୍ତି।