ଖୋର୍ଦ୍ଧା, ୦୯ /୧୦/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି।ଏହି କ୍ରମରେ ଆଜି ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ପିଚୁକୁଳୀ ଗ୍ରାମପଞ୍ଚାୟତର ଆଦର୍ଶ ବିଦ୍ୟାଳୟ ସାମ୍ନାରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଛି ।
ଏଥିରେ ବ୍ଲକ ଅଧ୍ୟକ୍ଷା, ବିଜୁ ଜନତା ଦଳର ବରିଷ୍ଠ ସଭାପତି ତଥା ସମସ୍ତ ଜୋନର ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ନିର୍ବାଚନ ମଣ୍ଡଳୀର ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ବହୁ ବରିଷ୍ଠ ନେତୃବୃନ୍ଦ,ମହିଳା, ଯୁବ-ଛାତ୍ରଙ୍କ ସହିତ ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ ।