ନିରାକାରପୁର, ୦୯ /୧୦/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ମା ଗଜଲକ୍ଷ୍ମୀ ପୂଜା ପାଉଛନ୍ତି। ବର୍ଷା ମଧ୍ୟରେ ମା ଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହେଉଛି। ଓଳସିହ ଗ୍ରାମର ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ୨୨ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି। ଏହି ପୂଜାରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଥିବବେଳେ
ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ରହିଛି। ସେହିପରି ନିରାକାରପୁର ଲକ୍ଷ୍ମୀ ବଜାର ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ସୁସଜ୍ଜିତ ମଣ୍ଡପରେ ମା ଗଜଲକ୍ଷ୍ମୀ ସୁନ୍ଦର ପ୍ରତିମୂର୍ତ୍ତି ପୂଜା ପାଉଛନ୍ତି। ଏଠାରେ ସୁସଜ୍ଜିତ ମେଢ଼ ସହିତ ଆଲୋକମାଳା ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି।