Saturday , June 10 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ନନ୍ଦନକାନନରେ କୃଷ୍ଣସାର ମୃଗ ମୃତ

ନନ୍ଦନକାନନରେ କୃଷ୍ଣସାର ମୃଗ ମୃତ

ବାରଙ୍ଗ, ୦୯ /୧୦/୨୦୨୨ (ଓଡ଼ିଶା ସମାଚାର)- ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ମାଈ କୃଷ୍ଣସାର ମୃଗର ମୃତ୍ୟୁ ହୋଇଛି। ସକାଳୁ ଜନ୍ତୁ ରକ୍ଷକ ମୃଗଟି ମରି ପଡ଼ିଥିବା ଦେଖିବାକୁ ପାଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଖବର ଦେଥିଲେ। ତେବେ ମୃତ୍ୟୁସମ୍ପର୍କରେ ସଠିକ୍ କାରଣ ଜଣାପଡ଼ି ନ ଥିବାବେଳେ ରିପୋର୍ଟ ଆସିଲା ପରେ କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ, ଉକ୍ତ ମୃଗଟି ଖୋର୍ଦ୍ଧା ଜିଲ୍ଲା ଚିଲିକା ବନଖଣ୍ଡରୁ ଉଦ୍ଧାର ହୋଇଥିଲା। ସେ ଅସୁସ୍ଥ ଥିବାରୁ ଚିଲିକା ବନଖଣ୍ଡ ଅଧିକାରୀ ତା’ର ପ୍ରାଥମିକ ଚିକିତ୍ସା ପାଇଁ ଭୁବନେଶ୍ୱର ଓୟୁଏଟିକୁ ସ୍ଥାନାନ୍ତର କରିଥିଲେ। ତେବେ ମୃଗଟି ସାମାନ୍ୟ ସୁସ୍ଥ ହେଲାପରେ ଗତ ସେପ୍ଟେମ୍ବର ୨୭ ତାରିଖରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ପ୍ରାଣୀଉଦ୍ୟାନକୁ ଅଣାଯାଇଥିଲା। ଏମାନେ ଓଡ଼ିଶାର ବୁଗୁଡ଼ା ଓ ବାଲିଖଣ୍ଡରେ ଦୃଶ୍ୟମାନ ହୋଇଥାନ୍ତି।

Leave a Reply

Your email address will not be published.