Thursday , June 8 2023
Breaking News
Home / ନିର୍ବାଚନ / ଧାମନଗର ଉପନିର୍ବାଚନ : ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞା ବିଜେପି ପ୍ରାର୍ଥୀ

ଧାମନଗର ଉପନିର୍ବାଚନ : ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞା ବିଜେପି ପ୍ରାର୍ଥୀ

ଭୁବନେଶ୍ୱର, ୦୯ /୧୦/୨୦୨୨ (ଓଡ଼ିଶା ସମାଚାର)- ଧାମନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି । ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞାଙ୍କୁ ଦଳର ପ୍ରାର୍ଥୀ ଭାବେ ବିଜେପି ମନୋନୀତ କରିଛି । ସୂର୍ଯ୍ୟବଂଶୀ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ । ସୂର୍ଯ୍ୟବଂଶୀଙ୍କ ପ୍ରାର୍ଥିତ୍ବକୁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ କରିଥିବା ଜଣାପଡ଼ିଛି ।

ଧାମନଗର ଉପନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ ଭାରତୀୟ ଜନତା ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି। ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଛି। ‌ଏନେଇ ବିଜେପି କନ୍ଦ୍ରେୀୟ ନିର୍ବାଚନ କମିଟି ଆଜି ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ସୂଚନାଯୋଗ୍ୟ, ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ହେଉଛନ୍ତି ସୂର୍ଯ୍ୟବଂଶୀ ସୂରଜ। ସେ ହେଉଛନ୍ତି ବିଜେପି ରାଜ୍ୟ ସୋସିଆଲ ମିଡିଆ କୋ@ର୍ଡିନେଟର।  ଗତ ସାଧାରଣ ନିର୍ବାଚନ ସମୟରେ ସେ ଇଂଜିନିୟରିଂ ଚାକିରି ଛାଡ଼ି ବାପାଙ୍କ ରାଜନୈତିକ ଜୀବନରେ ସହଯୋଗ କରିଥିଲେ। ଏଥି ସହିତ ସେ ସାଂଗଠନିକ କାମ ମଧ୍ୟ ବୁଝୁଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଜଣେ ଯୁବନେତା ଓ ଯୁବସଂଗଠକ ଭାବେ ତାଙ୍କର ସାରା ଭଦ୍ରକ ଜିଲ୍ଲାରେ ସୁନାମ ରହିଛି। ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବ। ଏଥି ପାଇଁ ବିଜେପି ପ୍ରଥମ ରାଜନୈତିକ ଦଳ ଭାବେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଅନ୍ୟ ଦଳମାନେ ମଧ୍ୟ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published.