ତ୍ୟାଗ ଓ ନିଷ୍ଠାର ସତ୍ୟପାଠ ଶ୍ରୀ ରାମାୟଣ
ନିରାକାରପୁର, ୦୯/୧୦/୨୦୨୨(ଓଡ଼ିଶା ସମାଚାର)- ମଣିଷ ଜୀବନର ନୀତି ଓ ଆଦର୍ଶର ଅସ୍ମୀତାକୁ ବଜାୟ ରଖିବାରେ ଶ୍ରୀ ରାମାୟଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଶ୍ରୀ ରଘୁନାଥ ନାଟ୍ୟ ସଂସଦ ଖୋର୍ଦ୍ଧା ଜିଲ୍ଲା ଗୋଳବାଇଙ୍କ ଆନୁକୁଲ୍ୟରେ ଆୟୋଜିତ କବି ବାଙ୍କା ଦାଶଙ୍କ ସ୍ମୃତିରେ ଚର୍ତୁଦଳୀୟ ରାମନାଟକ ପ୍ରତିଯୋଗିତାର ଦ୍ୱିତୀୟ ସନ୍ଧ୍ୟାରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ଡ଼. ବେଣୁଧର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଅଧିବେଶନରେ ମୁଖ୍ୟଅତିଥିଭାବେ ଯୋଗଦେଇ ରାମୟଣ ଯେ ଜୀବନ ଚେତନାର ଅନିର୍ବାଣ ମହାଦୀପ ବୋଲି ମତବ୍ୟକ୍ତ କରିଛନ୍ତି ବାଲୁଗାଁ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗର ମୁଖ୍ୟ ଡ଼. କୈଳାସ ଚନ୍ଦ୍ର ମହାରଣା । ମୁଖ୍ୟବକ୍ତାଭାବେ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟ ଇଂରାଜୀ ବିଭାଗର ଅଧ୍ୟାପକ ତଥା ଅର୍ନ୍ତଜାତୀୟ ଭାଷ୍ୟକାର ଡ଼. ମୃତ୍ୟୁଞ୍ଜୟ ରଥ ଯୋଗଦେଇ ଭାରତର ପୁରପଲ୍ଲୀରେ ପ୍ରଚଳିତ ବିବିଧ ରାମାୟଣ ସଂପର୍କରେ ଆଲୋଚନା ପୂର୍ବକ କବି ବାଙ୍କା ଦାଶଙ୍କୁ ଜଣେ ଭକ୍ତ କବିଭାବେ ଅବିହିତ କରି ତ୍ୟାଗ ଓ ନିଷ୍ଠାର ସତ୍ୟପାଠ ଶ୍ରୀ ରାମାୟଣ ବୋଲି ମତପ୍ରକାଶ କରିଛନ୍ତି । ଏହି ଅଧିବେଶନରେ ଅଧିବେଶନରେ ଓଡ଼ିଆ ବିଭାଗ ପ୍ରାକ୍ତନ ମୁଖ୍ୟ ଡ଼. ପ୍ରସନ୍ନ କୁମାର ନାୟକ, ରାମାୟଣର ଲୋକପ୍ରିୟତାକୁ ଆଲୋଚନା କରିବା ସହ ବିଶିଷ୍ଟ ସମାଜସେବୀ ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳଭାବେ ସେବା ନିବୃତ ହୋଇଥିବା ଶ୍ରୀଯୁକ୍ତ ଦେବରାଜ ସେନାପତି ରାମାୟଣର ସଙ୍ଗୀତଧର୍ମିତା ସଂର୍ପକରେ ଅଭିହିତ ଦେଇଛନ୍ତି । ଉକ୍ତ ସଭାରେ ରଘୁନାଥ ନାଟ୍ୟ ସଂସଦର ସଭାପତି ମହେଶ୍ୱର ପାଇକରାୟ, ସାମ୍ବାଦିକ ହିମାଂଶୁ ଭୂଷଣ ଚମ୍ପତିରାୟ, ଦିବାକର କହଲସିଂହ, ପ୍ରମୁଖ ଉପସ୍ଥିତ ରହି ଗୋଳବାଇ ଏକ ଭାଇଚାରାର ପଂଚାୟତ ଏଠାରେ ବିଭିନ୍ନ ସଂସ୍କୃତି ଓ ପରମ୍ପରାର ଜାନିଯାତ୍ରା ପଡ଼ୋଶୀ ପଂଚାୟତବାସୀଙ୍କୁ ପ୍ରେରଣା ପ୍ରଦାନ କରୁଅଛି ବୋଲି ମତବ୍ୟକ୍ତ କରିଛନ୍ତି । ଅଧ୍ୟାପକ ଶ୍ରୀମାନ ପୂଣ୍ଣ୍ୟଦର୍ଶନ ସାହୁଙ୍କ ଦ୍ୱାରା ସଂଯୋଜିତ ଏହି ସଭାରେ ପୋଲସରା ମହାବିଦ୍ୟାଳୟର ଅଧ୍ୟାପକ ବିରଂଚି ନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ଼. ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ପରିଚାଳନା କରିଥିଲେ ।